ତୃତୀୟ ଲହର ଆସିବାର କୌଣସି ଲକ୍ଷଣ ନାହିଁ, ତଥାପି ଆଗାମୀ ଦୁଇରୁ ତିନି ମାସ ସତର୍କ ରହିବାକୁ ପଡ଼ିବ- ଡିଏମଇଟି

ଭୁବନେଶ୍ୱର: ତୃତୀୟ ଲହର ଆସିବାର କୌଣସି ଲକ୍ଷଣ ନାହିଁ। କେବେ ଆସିବ କଣ ତାହାର ପ୍ରଭାବ ରହିବ ସେ ନେଇ ଅନୁମାନ ଲଗାଇବା ବି ସମ୍ଭବ ନୁହେଁ। ରାଜ୍ୟରେ ସଂକ୍ରମଣ କମିଛି। ତଥାପି ଆଗାମୀ ଦୁଇରୁ ତିନି ମାସ ସତର୍କ ରହିବାକୁ ପଡ଼ିବ। କୋଭିଡ ନିୟମ, ମାକ୍ସ ପିନ୍ଧିବା, ସାମାଜିକ ଦୂରତା, ଇଣ୍ଡୋର ଗ୍ୟାଦେରିଙ୍ଗକୁ ରୋକିବାକୁ ପଡିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ସଂକ୍ରମଣର ଟ୍ରେଣ୍ଡ ୧୬ଶହରୁ ୨ହଜାର ଭିତରେ ରହୁଛି। ଏହି ଟ୍ରେଣ୍ଡ […]

ଭୁବନେଶ୍ୱର: ତୃତୀୟ ଲହର ଆସିବାର କୌଣସି ଲକ୍ଷଣ ନାହିଁ। କେବେ ଆସିବ କଣ ତାହାର ପ୍ରଭାବ ରହିବ ସେ ନେଇ ଅନୁମାନ ଲଗାଇବା ବି ସମ୍ଭବ ନୁହେଁ। ରାଜ୍ୟରେ ସଂକ୍ରମଣ କମିଛି। ତଥାପି ଆଗାମୀ ଦୁଇରୁ ତିନି ମାସ ସତର୍କ ରହିବାକୁ ପଡ଼ିବ। କୋଭିଡ ନିୟମ, ମାକ୍ସ ପିନ୍ଧିବା, ସାମାଜିକ ଦୂରତା, ଇଣ୍ଡୋର ଗ୍ୟାଦେରିଙ୍ଗକୁ ରୋକିବାକୁ ପଡିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ବର୍ତ୍ତମାନ ରାଜ୍ୟରେ ସଂକ୍ରମଣର ଟ୍ରେଣ୍ଡ ୧୬ଶହରୁ ୨ହଜାର ଭିତରେ ରହୁଛି। ଏହି ଟ୍ରେଣ୍ଡ ଅନ୍ୟ ଦେଶରେ ବି ଦେଖାଯାଇଛି। କିଛି ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଥିଲେ ବି ପୂର୍ବ ଅପେକ୍ଷା ବହୁତ କମିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ବିଭିନ୍ନ ନିୟମ ଗୁଡିକ ଦର୍ଶାଉଛି ପାଣ୍ଡେମିକ ସମୟରେ ଚିକିତ୍ସାକୁ ପ୍ରାଥମିକତା ଦେବା ଦରକାର। ବିଭିନ୍ନ ଦିଗକୁ ଅବଲୋକନ କରିବା ପରେ ଅନଲକ ସମ୍ପର୍କରେ ନିସ୍ପତ୍ତି ନିଆଯିବ। ସଂକ୍ରମଣ ହାର, ରୋଗୀଙ୍କ ସଂଖ୍ୟା ଏବଂ ଲୋକମାନଙ୍କର କୋଭିଡ ଗାଇଡ଼ ଲାଇନ ଅନୁପାଳକୁ ଦେଖି ଅନଲକ୍ ନିଷ୍ପତ୍ତି ନିଆଯିବ ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି।

About The Author: The Sakala