କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି- ଡିଏମ୍‌ଇଟି 

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଅଛି। ଏସଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି। ଏବେବି ଅନେକ ଦେଶରେ ତୃତୀୟ ଲହର ଆସିନି। ମହାରାଷ୍ଟ୍ରରେ ମଧ୍ୟ ଆସିନାହିଁ। ଏବେଠାରୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। କରୋନାର ସମ୍ଭାବ୍ୟ ତୃତୀୟ ଲହର ଆସିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ଡିଏମ୍‌ଇଟି  ସିବିକେ ମହାନ୍ତି କହିଛନ୍ତି। ଲୋକଙ୍କୁ ସଚେତନ କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ […]

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଅଛି। ଏସଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି। ଏବେବି ଅନେକ ଦେଶରେ ତୃତୀୟ ଲହର ଆସିନି। ମହାରାଷ୍ଟ୍ରରେ ମଧ୍ୟ ଆସିନାହିଁ। ଏବେଠାରୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। କରୋନାର ସମ୍ଭାବ୍ୟ ତୃତୀୟ ଲହର ଆସିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ଡିଏମ୍‌ଇଟି  ସିବିକେ ମହାନ୍ତି କହିଛନ୍ତି।

ଲୋକଙ୍କୁ ସଚେତନ କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ବି ଚାଲିଛି। ଅଧିକ ଲୋକ ସଂକ୍ରମଣ ହେବା ଆଶଙ୍କା ଥିବାରୁ ଅଧିକ ବ୍ୟବସ୍ଥା ହୋଇଛି। ତୃତୀୟ ଲହରରେ ଶିଶୁ ଅଧିକ ଆକ୍ରାନ୍ତ ହେବେ କି ନାହିଁ ଭିନ୍ନ ଭିନ୍ନ ଆକଳନ ହୋଇଛି। ଯଦି ଶିଶୁ ଅଧିକ ଆକ୍ରାନ୍ତ ହୁଅନ୍ତି ସେଥିପାଇଁ ସରକାର ପ୍ରସ୍ତୁତି କରିଛନ୍ତି। ଜୁନ୍ ୭ ସୁଦ୍ଧା ବିଶ୍ବରେ ୬୩ ଜଣ ଡେଲଟା ପ୍ଳସ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ଭାରତରେ ୬ ଜଣ ଥିଲେ। ସେହି ସଂଖ୍ୟାକୁ ଦେଖିଲେ ଆତଙ୍କିତ ହେବାର ନାହିଁ। ବିଭିନ୍ନ ବିଶେଷଜ୍ଞଙ୍କ ମତରେ ତାଳମେଳ ରହୁନାହିଁ। ଆବଶ୍ୟକ ସ୍ଥଳେ ଅଧିକ ବ୍ୟବସ୍ଥା କରିବାକୁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବା ପ୍ରତିକ୍ରିୟା ଦେଇଛନ୍ତି ସିବିକେ ମହାନ୍ତି। ପ୍ରଥମ ଲହରରେ ୧୨ ପ୍ରତିଶତ ଆକ୍ରାନ୍ତ ହୋଇଥିଲେ। ଦ୍ବିତୀୟ ଲହରରେ ବି ସେତିକି ପ୍ରତିଶତ ରହିଲା। ତୃତୀୟ ଲହରରେ ଅଧିକ ସଂକ୍ରମଣ ଆଶା ନାହିଁ ବୋଲି ସେ କହିଛନ୍ତି। ସେପଟେ ଏବେ ରାଜ୍ୟରେ ସଂକ୍ରମଣ ସାମାନ୍ୟ ବଢିଛି। ସବୁ ରୋଗରେ ଏପରି ଟ୍ରେଣ୍ଡ ଦେଖାଦିଏ। ଡେଲଟା ଭାରିଆଣ୍ଟ ଦେଶରେ ବହୁ କମ୍ ଦେଖିବାକୁ ମିଲିଛି।

About The Author: The Sakala