କଣାସ ବର୍ବରତା: କ୍ରାଇମ ସ୍ପଟରେ ସିନ୍ ରିକ୍ରିଏସନ କଲା ମୁଖ୍ୟ ଅଭିଯୁକ୍ତ

ପୁରୀ: କଣାସରର କ୍ରାଇମ୍ ସ୍ପଟରେ ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର ଓରଫ୍‌ ହାପି। ଆଜି ସକାଳୁ ରିମାଣ୍ଡରେ ଆଣି ଦୀର୍ଘ ୪ଘଣ୍ଟା ଧରି କଣାସ ଥାନାରେ ପଚରାଉଚରା କରିଛି ପୋଲିସ । ମାଛ କଟା ପନିକିରେ ହାଣି ବୁଲେଟ ଚଢ଼େଇବା ଘଟଣା ସ୍ଥଳରେ ସିନ ରିକ୍ରିଏସନ କରିଛି ମୁଖ୍ୟ ଅଭିଯୁକ୍ତ ହାପି। ମେ ୨ତାରିଖ ଦିନ ଘଟେଇଥିବା ବର୍ବଚିତ ଘଟଣାର ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ । ହତ୍ୟା ଉଦ୍ୟମ ଘଟଣାର କାରଣ କ'ଣ ଥିଲା ସେ ନେଇ ପୋଲିସକୁ ମିଳିଛି ବଡ ସୁରାଗ । ଆଜି ପୁରୀ ଆଡିଶିନାଲ SP, ପିପିଲି SDPO, କଣାସ ଥାନା ଅଧିକାରୀ ସମେତ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ସମେତ ସ୍ପେସିଆଲ ସ୍କ୍ୱାଡର ଟିମ୍ ମୁତୟନ ହୋଇଥିଲେ ।

About The Author: Madhusudan Das