ଶ୍ରୀମନ୍ଦିର ଦେବଦାସୀ ପରମ୍ପରାର ଶେଷ ସନ୍ତକ ପରଶମଣିଙ୍କ ପରଲୋକ

ଶ୍ରୀମନ୍ଦିର ଦେବଦାସୀ ପରମ୍ପରାର ଶେଷ ସନ୍ତକ ପୂର୍ବତନ ଦେବଦାସୀ ପରଶମଣି ଶୁକ୍ରବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ୯୪ ବର୍ଷ ହୋଇଥିଲା। ଶୋଇଥିବା ଅବସ୍ଥାରେ ତାଙ୍କର ଗଚ୍ଛକାଲି ନିକଟରେ ଥିବା ବାସସ୍ଥାନରେ ପରଲୋକ ଘଟିଛି । ଆଜି ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯାଇଥିଲା। ପରଶମଣି ଦେଵଦାସୀ ଏକା ଧାରରେ ଜଣେ କୁଶଳୀ ଓଡିଶୀ ନୃତ୍ୟ ଶିଳ୍ପୀ ଓ ସୁକଣ୍ଠ ଗାୟିକା ଥିଲେ। ସୁସ୍ଥ ସମୟରେ ପ୍ରତିଦିନ ଶ୍ରୀମନ୍ଦିର ମାଜଣା ମଣ୍ଡପରେ […]

ଶ୍ରୀମନ୍ଦିର ଦେବଦାସୀ ପରମ୍ପରାର ଶେଷ ସନ୍ତକ ପୂର୍ବତନ ଦେବଦାସୀ ପରଶମଣି ଶୁକ୍ରବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ୯୪ ବର୍ଷ ହୋଇଥିଲା। ଶୋଇଥିବା ଅବସ୍ଥାରେ ତାଙ୍କର ଗଚ୍ଛକାଲି ନିକଟରେ ଥିବା ବାସସ୍ଥାନରେ ପରଲୋକ ଘଟିଛି । ଆଜି ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯାଇଥିଲା।

ପରଶମଣି ଦେଵଦାସୀ ଏକା ଧାରରେ ଜଣେ କୁଶଳୀ ଓଡିଶୀ ନୃତ୍ୟ ଶିଳ୍ପୀ ଓ ସୁକଣ୍ଠ ଗାୟିକା ଥିଲେ। ସୁସ୍ଥ ସମୟରେ ପ୍ରତିଦିନ ଶ୍ରୀମନ୍ଦିର ମାଜଣା ମଣ୍ଡପରେ ପୁରାତନ ଓଡିଶୀ ଭଜନ ଓ ଜଣାଣ ବୋଲି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଥିଲେ। ତାଙ୍କ ନିଧନରେ ଶ୍ରୀମନ୍ଦିର ସମେତ ପୁରୀରେ ଶୋକର ଛାୟା ଖେଳିଯାଇଛି।

About The Author: The Sakala