ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ ଲାଗିଲା କଟକଣା

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାରରେ ଶବଦାହ ନେଇ କଟକଣା ଜାରି କରିଛନ୍ତି। ପୁରୀ ବାସିନ୍ଦାଙ୍କ ବ୍ୟତୀତ ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ଶବଦାହ ଲାଗି ଅନୁମତି ନାହିଁ। ଏହି ନିଷ୍ପତ୍ତି ଏପ୍ରିଲ ୨୬ରୁ କାର୍ଯ୍ଯକାରୀ ହେବ ବୋଲି ପୁରୀ ଏସପି ସମର୍ଥ ବର୍ମା କହିଛନ୍ତି। ପୁରୀର କରୋନା ରୋଗୀଙ୍କ ଶବଦାହ ମଙ୍ଗଳାନଦୀ ଘାଟରେ କରାଯିବ। ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ବେତଗଙ୍ଗାରେ ଶୁଦ୍ଧି କ୍ରିୟା ମଧ୍ୟ ବନ୍ଦ ହେବ। ଅସ୍ଥି […]

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାରରେ ଶବଦାହ ନେଇ କଟକଣା ଜାରି କରିଛନ୍ତି। ପୁରୀ ବାସିନ୍ଦାଙ୍କ ବ୍ୟତୀତ ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ଶବଦାହ ଲାଗି ଅନୁମତି ନାହିଁ।

ଏହି ନିଷ୍ପତ୍ତି ଏପ୍ରିଲ ୨୬ରୁ କାର୍ଯ୍ଯକାରୀ ହେବ ବୋଲି ପୁରୀ ଏସପି ସମର୍ଥ ବର୍ମା କହିଛନ୍ତି। ପୁରୀର କରୋନା ରୋଗୀଙ୍କ ଶବଦାହ ମଙ୍ଗଳାନଦୀ ଘାଟରେ କରାଯିବ। ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ବେତଗଙ୍ଗାରେ ଶୁଦ୍ଧି କ୍ରିୟା ମଧ୍ୟ ବନ୍ଦ ହେବ।

ଅସ୍ଥି ବିସର୍ଜନ ସମେତ ଅନ୍ତିମ ସଂସ୍କାର ସମ୍ବନ୍ଧୀୟ ଅନ୍ୟାନ୍ୟ କାର୍ଯ୍ଯ ପୁରୀ ସମୁଦ୍ରରେ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଏସପି କହିଛନ୍ତି।

About The Author: The Sakala