ଭୁବନେଶ୍ବର: ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET) । ମୋଟ ୭୨ ହଜାର ୨୮୦ ଜଣ ପରୀକ୍ଷାର୍ଥୀ ଦେବେ ଏହି ପରୀକ୍ଷା । ଏଥି ପାଇଁ ସାରା ରାଜ୍ୟରେ ପେପର-୧ ପାଇଁ ୩୩୮ ଟି ଓ ପେପର- ୨ ପାଇଁ ୩୩ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ସକାଳ ୯ ଟାରୁ ୧୧ ଟା ୩୦ରେ ପେପର- ୧ ପରୀକ୍ଷା ହେବ। ଅପରାହ୍ନ ୧ ଟାରୁ ୩ ଟା ୩୦ ଯାଏ ଚାଲିବ ପେପର- ୨ ପରୀକ୍ଷା। ପରୀକ୍ଷାରେ କୌଣସି ନେଗେଟିଭ୍ ମାର୍କ ରହିବ ନାହିଁ। ପ୍ରତି ପେପରରେ ୪ଟି ଲେଖାଏ ସେକ୍ସନରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ପେପର- ୧ ରେ ୬୮ ହଜାର ୭୪୨ ପରୀକ୍ଷାର୍ଥୀ ଓ ପେପର -୨ ରେ ୩ ହଜାର ୫୩୮ ପରୀକ୍ଷାର୍ଥୀ ଦେବେ ପରୀକ୍ଷା ।
ପରୀକ୍ଷାର୍ଥୀମାନେ କୋଭିଡ ଗାଇଡଲାଇନ ପାଳନ ପୂର୍ବକ ପରୀକ୍ଷା ଦେବେ । ସମସ୍ତ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୋଭିଡ ଗାଇଡଲାଇନ ପାଳନ ସହ କିପରି ସଠିକ ଭାବେ ପରୀକ୍ଷା ହେବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି। ବୋର୍ଡ ମୁଖ୍ୟ କାର୍ଯ୍ଯାଳୟ କଟକରେ ରହିବ କଣ୍ଟ୍ରୋଲ ରୁମ୍। କପିକରୁଥିବାର ଯଦି କେହି ପରୀକ୍ଷାର୍ଥୀ ଧରା ପଡି ଏମପି ହେଲେ ଆଉ ଜୀବନରେ ସୁଯୋଗ ମିଳିବ ନାହିଁ ବୋଲି ବର୍ଡ ପକ୍ଷରୁ କୁହାଯାଇଛି।