ଭୁବନେଶ୍ବର: ସୁଧୁରୁଛି ସ୍ଥିତ, ଟ୍ରାକକୁ ଫେରିବାରେ ଲାଗିଛି ଶିକ୍ଷା ବ୍ଯବସ୍ଥା । ବିଦ୍ଯାଳୟ ଓ କଲେଜ ଗୁଡିକରେ ଅଫଲାଇନ ପାଠ ପଢା ଆରମ୍ଭ ହୋଇଛି। ଅଫଲାଇନ ମାଧ୍ଯମରେ ପାଠପଢିବାକୁ ଛାତ୍ରଛତ୍ରୀଙ୍କ ଆଗ୍ରହ ବଢିବାରେ ଲାଗିଛି। ଅଫଲାଇନରେ ଦଶମ ଓ ଦ୍ବାଦଶ ପରୀକ୍ଷା ହେବା ନେଇ ଏକ ପ୍ରେସ ରିଲିଜ ଜାରି ହୋଇଛି। ପରୀକ୍ଷା ପୂର୍ବରୁ ଏନେଇ ବ୍ଯାପକ ଆଲୋଚନା କରାଯିବ। ବିଏସଇ ଓ ସିଏଚଏସଇ ସବୁ ପକ୍ଷ ସହ ଆଲୋଚନା କରାଯିବ। ଛାତ୍ରାଛତ୍ରୀ, ଶିକ୍ଷକ, ଅଭିଭାବକ ଓ ବିଶେଷଜ୍ଞମାନଙ୍କ ପରାମାର୍ଶ ନିଆଯିବ । ପରୀକ୍ଷା ଓ ମୂଲ୍ଯାୟନ ନେଇ ପ୍ରସ୍ତାବ ଗ୍ରହଣ କରାଯିବ। ତେବେ କେବେ ଓ କେଉଁ ସମୟରେ ଆଲୋଚନା କରାଯିବ ସେ ନେଇ ବୋର୍ଡ ଓ କାଉନସିଲ ମୁଖ୍ଯଙ୍କ ପକ୍ଷରୁ ଧାର୍ଯ୍ଯ କରାଯିବ।
ଅଫଲାଇନରେ ହୋଇପାରେ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା, ସମସ୍ତ ପକ୍ଷଙ୍କ ସହ ହେବ ଆଲୋଚନା
ଭୁବନେଶ୍ବର: ସୁଧୁରୁଛି ସ୍ଥିତ, ଟ୍ରାକକୁ ଫେରିବାରେ ଲାଗିଛି ଶିକ୍ଷା ବ୍ଯବସ୍ଥା । ବିଦ୍ଯାଳୟ ଓ କଲେଜ ଗୁଡିକରେ ଅଫଲାଇନ ପାଠ ପଢା ଆରମ୍ଭ ହୋଇଛି। ଅଫଲାଇନ ମାଧ୍ଯମରେ ପାଠପଢିବାକୁ ଛାତ୍ରଛତ୍ରୀଙ୍କ ଆଗ୍ରହ ବଢିବାରେ ଲାଗିଛି। ଅଫଲାଇନରେ ଦଶମ ଓ ଦ୍ବାଦଶ ପରୀକ୍ଷା ହେବା ନେଇ ଏକ ପ୍ରେସ ରିଲିଜ ଜାରି ହୋଇଛି। ପରୀକ୍ଷା ପୂର୍ବରୁ ଏନେଇ ବ୍ଯାପକ ଆଲୋଚନା କରାଯିବ। ବିଏସଇ ଓ ସିଏଚଏସଇ ସବୁ ପକ୍ଷ ସହ ଆଲୋଚନା କରାଯିବ। ଛାତ୍ରାଛତ୍ରୀ, ଶିକ୍ଷକ, ଅଭିଭାବକ ଓ […]