ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ୩ ଦିନ ଲାଗି ରହିବ ବନ୍ୟା ସ୍ଥିତି- ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୁଣ୍ଡୁଳିରେ ଜଳସ୍ତର କମିଥିବାବେଳେ ହୀରାକୁଦରୁ ଛଡାଯାଇଥିବା ପାଣି ଖଇରମାଳରେ ପହଞ୍ଚିଛି। ଆସନ୍ତାକାଲି ସକାଳେ ଏହା ମୁଣ୍ଡୁଳିରେ ପହଞ୍ଚିବ । ଏ ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି। ହୀରାକୁଦ ଡ୍ୟାମରୁ ଛଡା ଯାଇଥିବା ବନ୍ୟାଜଳ ମୁଣ୍ଡୁଳି ଅତିକ୍ରମ କଲାବେଳକୁ ୧୦ ଲକ୍ଷ କ୍ୟୁସେକ ହେବ। ଗତକାଲି ମୁଣ୍ଡୁଳିରେ ୧୨ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ଆଜି ୧୧ ଲକ୍ଷ […]

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୁଣ୍ଡୁଳିରେ ଜଳସ୍ତର କମିଥିବାବେଳେ ହୀରାକୁଦରୁ ଛଡାଯାଇଥିବା ପାଣି ଖଇରମାଳରେ ପହଞ୍ଚିଛି। ଆସନ୍ତାକାଲି ସକାଳେ ଏହା ମୁଣ୍ଡୁଳିରେ ପହଞ୍ଚିବ । ଏ ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି।

ହୀରାକୁଦ ଡ୍ୟାମରୁ ଛଡା ଯାଇଥିବା ବନ୍ୟାଜଳ ମୁଣ୍ଡୁଳି ଅତିକ୍ରମ କଲାବେଳକୁ ୧୦ ଲକ୍ଷ କ୍ୟୁସେକ ହେବ। ଗତକାଲି ମୁଣ୍ଡୁଳିରେ ୧୨ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ଆଜି ୧୧ ଲକ୍ଷ ୭୭ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି ଖଇରମାଳରେ ୯ ଲକ୍ଷ ୮୪ ହଜାର କ୍ୟୁସେକ, ବରମୂଳରେ ୮ ଲକ୍ଷ ୭୮ ହଜାର ୨୫୦ କ୍ୟୁସେକ ପାଣି ପ୍ରବାହିତ ହେଉଛି। ଆସନ୍ତାକାଲି ୧୦ ଲକ୍ଷରୁ କମ ପାଣି ପାସ କରିବ।

ବର୍ତ୍ତମାନ ହୀରାକୁଦରେ ୪୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବନ୍ୟାର ସ୍ଥିତି ତିନିଦିନ ଲାଗି ରହିବ। ୫୦ଟି ଘଳିଆ ମରାମତି କରାଯାଇଛି। ୫ଟି ଘାଇ ହେଇଛି। ବଜଳପ୍ରବାହ କମିବା ପରେ ଘାଇଗୁଡ଼ିକର ମରାମତି ଆରମ୍ଭ ହେବ

About The Author: The Sakala