ଧରାପଡ଼ିଲେ ଗେଡ଼-କାଳିଆ ଗ୍ୟାଙ୍ଗ୍‍

ଭୁବନେଶ୍ୱର : ରାଜଧାନୀରେ ଲୁଟ୍‍ପାଟ୍‍ କରୁଥିବା େଗଡ଼-କାଳିଆ ଲୁଟେରା ଗ୍ୟାଙ୍ଗ୍‍କୁ ଠାବ କରିଛି କମିସନରେଟ ପୁଲିସ। ଏହି ଘଟଣାରେ ୪ଜଣ କୁଖ୍ୟାତ ଲୁଟେରାକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଲୁଟେରାମାନେ ହେଲେ ଭରତପୁର ଥାନା ମହାବୀରବସ୍ତିର ରଞ୍ଜନ ପ୍ରଧାନ ଓରଫ ଗେଡ଼଼(୨୩), ଶ୍ରୀଲିଙ୍ଗରାଜ ଥାନା ନାଗେଶ୍ୱରଟାଙ୍ଗିର ସୁଶାନ୍ତ ବେହେରା ଓରଫ ଡୁଡୁନ(୨୨), ଚନ୍ଦନ ସାହୁ ଓରଫ କାଳିଆ(୨୫) ଓ ଖୋର୍ଦ୍ଧା ବେଗୁନିଆର ସତ୍ୟଜିତ ପାତ୍ର ଓରଫ ପାପୁନି(୨୩)। ସେମାନଙ୍କ ଠାରୁ ୫ଟି […]

ଭୁବନେଶ୍ୱର : ରାଜଧାନୀରେ ଲୁଟ୍‍ପାଟ୍‍ କରୁଥିବା େଗଡ଼-କାଳିଆ ଲୁଟେରା ଗ୍ୟାଙ୍ଗ୍‍କୁ ଠାବ କରିଛି କମିସନରେଟ ପୁଲିସ। ଏହି ଘଟଣାରେ ୪ଜଣ କୁଖ୍ୟାତ ଲୁଟେରାକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଲୁଟେରାମାନେ ହେଲେ ଭରତପୁର ଥାନା ମହାବୀରବସ୍ତିର ରଞ୍ଜନ ପ୍ରଧାନ ଓରଫ ଗେଡ଼଼(୨୩), ଶ୍ରୀଲିଙ୍ଗରାଜ ଥାନା ନାଗେଶ୍ୱରଟାଙ୍ଗିର ସୁଶାନ୍ତ ବେହେରା ଓରଫ ଡୁଡୁନ(୨୨), ଚନ୍ଦନ ସାହୁ ଓରଫ କାଳିଆ(୨୫) ଓ ଖୋର୍ଦ୍ଧା ବେଗୁନିଆର ସତ୍ୟଜିତ ପାତ୍ର ଓରଫ ପାପୁନି(୨୩)। ସେମାନଙ୍କ ଠାରୁ ୫ଟି ସୁନାଚେନ, ୨୦ଟି ମୋବାଇଲ୍‍ ଫୋନ୍‍ ଓ ୪ଟି ବାଇକ୍‍ ଜବତ ହୋଇଛି। ଜବତ ୫ଟି ସୁନାଚେନ୍‍ର ମୂଲ୍ୟ ୩ଲକ୍ଷ ଟଙ୍କା ହେବ। ସେହିପରି ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ ୪୦ରୁ ଊର୍ଦ୍ଧ୍ବ ମାମଲା ରହିଛି। ବିଶେଷକରି କଟକଣା କୋହଳ ହେବା ପରେ ଏହି ଗ୍ୟାଙ୍ଗ୍‍ ରାଜଧାନୀରେ ସକ୍ରିୟ ହୋଇଥିଲା।

ମହିଳାଙ୍କ ଠାରୁ ସୁନାଚେନ୍‍ ଓ ମୋବାଇଲ ଛଡ଼ାଇ ବାଇକରେ ଦ୍ରୁତଗତିରେ ପଳାଉଥିଲେ ବୋଲି ଏସିପି ଭରତ ସାହୁ ସୂଚନା ଦେଇଛନ୍ତି। ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଠାରୁ ସୁନାଚେନ୍‍ ଝାମ୍ପିନେଇଥିଲେ ଲୁଟେରା। ତେବେ ନିକଟରେ ଲାଗିଥିବା ସିସିଟିଭିରୁ ଲୁଟେରାକୁ ପୁଲିସ ଚିହ୍ନଟ କରିଥିଲା। ସପ୍ତାହେ ହେଲା ଏହି ଲୁଟେରା ଗ୍ୟାଙ୍ଗ୍‍ ଖଣ୍ଡଗିରି, ଭରତପୁର, ନୂଆପଲ୍ଲୀ, ତମାଣ୍ଡୋ ଆଦି ଥାନା ଅଞ୍ଚଳରେ ଲୁଟ୍‍ପାଟ୍‍ କରି ଆତଙ୍କରାଜ କରୁଥିଲେ। ପୁଲିସ ସିଟିଟିଭି ଆଧାରରୁ ଗାଡ଼ିଗୁଡିକୁ ଚିହ୍ନଟ କରିଥିଲା। ହେଲେ ଚୋରା ଗାଡ଼ି ବ୍ୟବହାର କରୁଥିବାରୁ ସେମାନଙ୍କୁ ଠାବ କରିବା ପୁଲିସ ଲାଗି କାଠକର ପାଠ ହୋଇଥିଲା। ତେବେ କିଛିଦିନ ତଳେ ଜେଲରୁ ମୁକୁଳି ଥିବା ରାଜନ ଓ କାଳିଆକୁ ପୁଲିସ ଟ୍ରାକିଂ କରିଥିଲା। ସେମାନେ ବ୍ୟବହାର କରୁଥିବା ଚୋରା ଗାଡ଼ିରେ ହନୁମାନ ଷ୍ଟିକର ଲଗାଇଥିଲେ। ଉକ୍ତ ଷ୍ଟିକରକୁ ଆଧାର କରି ରାଜନ ଓ କାଳିଆ ନିକଟରେ ପହଞ୍ଚିଥିଲା। ସେମାନଙ୍କୁ କାବୁ କରି ପରେ ଅନ୍ୟ ୨ଜଣଙ୍କୁ ଗିରଫ କରିଥିଲା। ତେବେ ଧରାପଡ଼ିଥିବା ସମସ୍ତ ଅଭିଯୁକ୍ତ ଜେଲ ଫେରନ୍ତା। ବାରମ୍ବାର ଜାମିନ୍‍ରେ ମୁକୁଳିବା ପରେ ସେମାନେ ଲୁଟ୍‍ପାଟ୍‍ କରୁଥିଲେ।

About The Author: The Sakala