ଯୁକ୍ତ ଦୁଇ ନାମଲେଖା: ଆଜି ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା, ଅଗଷ୍ଟ ୧୯ରୁ ୨୫ ଯାଏ ନାମଲେଖା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଆଜି ଅପରାହ୍ଣ ୩ଟାରେ ପ୍ରକାଶ ପାଇବ। ସାମ୍ସ ପୋର୍ଟାଲରେ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ତାଲିକା ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ନାମଲେଖା ଅଗଷ୍ଟ ୧୯ ରୁ ୨୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ଅଗଷ୍ଟ ୨୭ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖାର ସ୍ଲାଇଡ୍‍ ଅପ୍‍ ହେବାକୁ ଥିବାବେଳେ ସେପ୍ଟେମ୍ବର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଆଜି ଅପରାହ୍ଣ ୩ଟାରେ ପ୍ରକାଶ ପାଇବ। ସାମ୍ସ ପୋର୍ଟାଲରେ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ତାଲିକା ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ନାମଲେଖା ଅଗଷ୍ଟ ୧୯ ରୁ ୨୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ଅଗଷ୍ଟ ୨୭ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖାର ସ୍ଲାଇଡ୍‍ ଅପ୍‍ ହେବାକୁ ଥିବାବେଳେ ସେପ୍ଟେମ୍ବର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୫ରୁ ଆରମ୍ଭ ହେବ। ନାମଲେଖା ବାବଦରେ ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ସମସ୍ତ ତଥ୍ୟ ପାଇ ପାରିବେ। ତେବେ +୨ ନାମ ଲେଖାପାଇଁ ୭ ଲକ୍ଷ ୭୮ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ୪ ଲକ୍ଷ ୭୪ ହଜାର ୨୭୭ ଜଣ ଫି’ ଦାଖଲ କରିଛନ୍ତି।

About The Author: The Sakala