କିଡନୀ ରୋଗୀଙ୍କୁ ମେଡିସିନ୍‌ ଯୋଗାଣର ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ବର: କିଡ୍‌ନୀ ପ୍ରତିରୋପଣ ରୋଗୀଙ୍କୁ ଔଷଧ ଯୋଗାଣର ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର।  ଭୁବନେଶ୍ୱରରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଛି। ନିରାମୟ ମାଧ୍ୟମରେ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡ ପ୍ରଦାନ କରାଯାଉଥିବା ଔଷଧ ଅତ୍ୟନ୍ତ ଫଳପ୍ରଦ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ଯୋଗାଇ ଦିଆଯାଇଥିବା ଔଷଦର ବ୍ୟବହାର ଦ୍ୱାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା ରୋଗୀ କିମ୍ବା ଏକ୍ସପର୍ଟ କମିଟି ଦ୍ୱାରା କୁହାଯାଇଛି। ତେବେ ରୋଗୀଙ୍କ ନିଜ […]

ଭୁବନେଶ୍ବର: କିଡ୍‌ନୀ ପ୍ରତିରୋପଣ ରୋଗୀଙ୍କୁ ଔଷଧ ଯୋଗାଣର ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର।  ଭୁବନେଶ୍ୱରରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଛି। ନିରାମୟ ମାଧ୍ୟମରେ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡ ପ୍ରଦାନ କରାଯାଉଥିବା ଔଷଧ ଅତ୍ୟନ୍ତ ଫଳପ୍ରଦ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ଯୋଗାଇ ଦିଆଯାଇଥିବା ଔଷଦର ବ୍ୟବହାର ଦ୍ୱାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା ରୋଗୀ କିମ୍ବା ଏକ୍ସପର୍ଟ କମିଟି ଦ୍ୱାରା କୁହାଯାଇଛି। ତେବେ ରୋଗୀଙ୍କ ନିଜ ପସନ୍ଦରେ ଔଷଧ କିଣାଯାଇ ଯୋଗାଇ ଦେବା ସମ୍ଭବ ନୁହେଁ ବୋଲି ବୈଠକରେ କୁହାଯାଉଛି।କିଡ୍‌ନୀ ରୋଗୀଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଓ ଔଷଧ ଯୋଗାଇ ପୁଣି ଥରେ ପ୍ରତିଶ୍ରୁତି ଦିଆଯାଇଛି।

ଉଚ୍ଚସ୍ତରୀୟ ବୈଠକରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, କିଡ୍‌ନୀ ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ଔଷଧର ମାନ, ଔଷଧ ସଂଗ୍ରହ ଓ ଯୋଗାଣ ନେଇ ବିସ୍ତୁତ ଭାବେ ସୂଚନା ଦେଇଥିଲେ। କିଡ୍‌ନୀ ପ୍ରତିରୋପଣ ଓ ଅପରେସନ ପରେ ରୋଗୀଙ୍କୁ ନିରାମୟ କାଉଣ୍ଟର ମାଧ୍ୟମରେ ମାଗଣାରେ ଯୋଗାଇ ଦିଆଯାଉଛି।

 

About The Author: The Sakala