ଭୁବନେଶ୍ୱର: ପୌର ନିର୍ବାଚନ ନେଇ ଆଜି ସର୍ବଦଳୀୟ ବୈଠକ ସହ ଆଲୋଚନା ହୋଇଛି। ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି। ୧୧୦ ପୌରାଞ୍ଚଳ ଓ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ମତଦାନ ସମୟକୁ ନେଇ କୌଣସି ଦଳ କିଛି ପ୍ରସ୍ତାବ ଦେଇନାହାନ୍ତି ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ଯ ପାଢୀ ସାମ୍ବାଦିଳ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଚେୟାରମ୍ୟାନ ବା ମେୟର ପାଇଁ ସିଧାସଳଖ ନିର୍ବାଚନ ହେବାକୁ ସ୍ଥିର ହୋଇଥିବାରୁ ମତଦାନ କେନ୍ଦ୍ରରେ ଦୁଇଟି ଇଭିଏମରେ ଭୋଟ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଗୋଟିଏ ଇଭିଏମ କାଉନସିଲର, କର୍ପୋରେଟର ଓ ଅନ୍ୟଟି ଚେୟାରମ୍ୟାନ ଓ ମେୟର ପ୍ରାର୍ଥୀଙ୍କ ପାଇଁ ରହିବ ।
ପୌର ନିର୍ବାଚନ ହେବା ବେଳକୁ ଖରାଦିନ ଆସିଯାଇଥିବ। ସେଥିପାଇଁ ପିଇବା ପାଣିର ପ୍ରସ୍ତାବ ଦେଇଛି ବିଜୁ ଜନତା ଦଳ ।
ଖବର ଅନୁଯାୟୀ, ଆଜି ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା । ଚଳିତ ମାସ ଶେଷ ସୁଦ୍ଧା ସରିବ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପ୍ରକ୍ରିୟା ଶେଷ ହେବ । ନିକଟରେ ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା କାଉନସିଲର, କର୍ପୋରେଟର, ପୌର ପରିଷଦ ଅଧ୍ୟକ୍ଷ ଓ ମହାନଗର ନିଗମ ମେୟର ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମାକୁ ବୃଦ୍ଧି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏନେଇ ପୂର୍ବରୁ ବିଜ୍ଞପ୍ତି ବି ଜାରି ହୋଇଛି ।