ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୨ ଟି ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ ଉପରେ ରହିଛି। ସୁବର୍ଣ୍ଣପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛନ୍ତି। ସୁବର୍ଣ୍ଣପୁରର ତାପମାତ୍ରା ୪୫ ଦଶମିକ ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବୌଦ୍ଧର ତାପମାତ୍ରା ୪୫ .୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁରରେ ୪୫.୪ ଡିଗ୍ରୀ, ହୀରାକୁଦରେ ୪୫.୧ ଡିଗ୍ରୀ, ବଲାଙ୍ଗୀରର ତାପମାତ୍ରା ୪୫ ଡିଗ୍ରୀ, ଝାରସୁଗୁଡାରେ ୪୪.୮ ଡିଗ୍ରୀ, ଅନୁଗୁଳରେ ୪୪.୭ ଡିଗ୍ରୀ, ସୁନ୍ଦରଗଡ଼ ଓ ନୟାଗଡର ତାପମାତ୍ରା ୪୪.୫ ଡିଗ୍ରୀ, ବରଗଡରେ ୪୪.୪ ଡିଗ୍ରୀ, ଭୁବନେଶ୍ବରରେ ୪୪.୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତାଳଚେରର ତାପମାତ୍ରୀ ୪୪ ଡିଗ୍ରୀ ରହିଛି।
ସେହିପରି ଅନ୍ୟ ସହରର ରେକର୍ଡ କରାଯାଇଥିବା ତାପମାତ୍ର –