୪୦ ଡିଗ୍ରୀ ଉପରେ ରାଜ୍ୟର ୨୩ଟି ସହରର ତାପମାତ୍ରା, ୪୪.୬ ଡିଗ୍ରୀ ସହ ସମ୍ବଲପୁର ଓ ସୁବର୍ଣ୍ଣପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରି । ଆଜି ରାଜ୍ୟର ୨୩ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ୪୪.୬ ଡିଗ୍ରୀ ସେଲସିୟସ ସହ ସୁବର୍ଣ୍ଣପୁର ଓ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ପଶ୍ଚିମ ଓଡ଼ିଶାର ସହରଗୁଡ଼ିକ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଅସହ୍ୟ ହୋଇପଡ଼ିଛି। ସେହିପରି ଭୁବନେଶ୍ବରର ତାପମାତ୍ର ୪୧.୬ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲି- ୪୧ ଡିଗ୍ରୀ, କଟକ- […]

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରି । ଆଜି ରାଜ୍ୟର ୨୩ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ୪୪.୬ ଡିଗ୍ରୀ ସେଲସିୟସ ସହ ସୁବର୍ଣ୍ଣପୁର ଓ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ପଶ୍ଚିମ ଓଡ଼ିଶାର ସହରଗୁଡ଼ିକ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଅସହ୍ୟ ହୋଇପଡ଼ିଛି।

ସେହିପରି ଭୁବନେଶ୍ବରର ତାପମାତ୍ର ୪୧.୬ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲି- ୪୧ ଡିଗ୍ରୀ, କଟକ- ୪୧. ୬ ଡିଗ୍ରୀ, ଅନୁଗୁଳ- ୪୨.୧ ଡିଗ୍ରୀ, ବାରିପଦା- ୪୩.୫ ଡିଗ୍ରୀ, ଝାରସୁଗୁଡ଼ା- ୪୪.୨ ଡିଗ୍ରୀ, କେନ୍ଦୁଝର- ୪୧ ଡିଗ୍ରୀ, ସୁନ୍ଦରଗଡ଼- ୪୩.୫ ଡିଗ୍ରୀ, ହୀରାକୁଦ- ୪୩.୯ ଡିଗ୍ରୀ, ତାଳଚେର- ୪୩ ଡିଗ୍ରୀ, ଭବାନୀପଟାଣା- ୪୦.୫ ଡିଗ୍ରୀ,  ବଲାଙ୍ଗୀର- ୪୨.୫ ଡିଗ୍ରୀ, ଟିଟିଲାଗଡ଼- ୪୧.୫ ଡିଗ୍ରୀ,  ଭଦ୍ରକ- ୪୦ ଡିଗ୍ରୀ, ଯାଜପୁର- ୪୦ ଡିଗ୍ରୀ, ଢେଙ୍କାନାଳ-  ୪୦.୯ଡିଗ୍ରୀ, ବରଗଡ଼- ୪୩.୫ ଡିଗ୍ରୀ, ଦେବଗଡ଼- ୪୧ ଡିଗ୍ରୀ, ନୂଆପଡ଼ା- ୪୦.୪ ଡିଗ୍ରୀ, କେନ୍ଦ୍ରାପଡ଼ାର ତାପମାତ୍ରା ୪୧ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ରାଉରକେଲାର ତାପମାତ୍ରା ୪୩. ୧ ରେକର୍ଡ କରାଯାଇଛି।

About The Author: The Sakala