ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ରାଜଧାନୀରେ ଗତ ୨ ଦିନ ହେବ ଅନୁଭବ ହେଉଛି ପ୍ରବଳ ତାତି। ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ଯରୁ ଝାରସୁଗୁଡାର ତାପମାତ୍ରା ସର୍ବୋଚ୍ଚ ରହିଛ। ଝାରସୁଗୁଡାର ତାପମାତ୍ରା ୪୦.୮ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡ଼ିଗ୍ରୀ ଅତିକ୍ରମ କଲା ରାଜଧାନୀ ଭୁବନେଶ୍ବରର ତାତି । ଭୁବନେଶ୍ୱରରେ ୪୦.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ସେହିପରି-
ସମ୍ବଲପୁର: ୪୦.୬ ଡ଼ିଗ୍ରୀ
ଭୁବନେଶ୍ୱର: ୪୦.୪ ଡ଼ିଗ୍ରୀ
ହୀରାକୁଦ: ୩୯.୨ ଡ଼ିଗ୍ରୀ
ଚାନ୍ଦବାଲି: ୩୮.୪ ଡ଼ିଗ୍ରୀ
ବାଲେଶ୍ୱର: ୩୭ .୪ ଡ଼ିଗ୍ରୀ
କେନ୍ଦୁଝର: ୩୭ .୪ ଡ଼ିଗ୍ରୀ
ପୁରୀ: ୩୪.୨ଡ଼ିଗ୍ରୀ
ଗୋପାଳପୁର: ୩୩.୮ଡ଼ିଗ୍ରୀ
ପାରାଦୀପ: ୩୨.୨ଡ଼ିଗ୍ରୀ
ଅନ୍ୟପକ୍ଷରେ, ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୩ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ଏ ନେଇ ୧୩, ୧୪ ଏବଂ ୧୫ ତାରିଖରେ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହିଟ ୱେଭ ଆଲର୍ଟ ଜାରି କରାଯାଇଛି।