ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ାରେ ପହଞ୍ଚିଲା ନିମହାନ୍ସର ୪ଜଣିଆ ଟିମ୍ । ଏହି ୪ ଜଣିଆ ବିଶେଷଜ୍ଞ ଟିମ ବେଙ୍ଗାଲୁରୁ ଆସି ଗତକାଲି ରାତିରେ ଝାରସୁଗୁଡାରେ ପହଞ୍ଚିଛନ୍ତି । ବିଶେଷଜ୍ଞ ଟିମ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ନେଇ ଯାଞ୍ଚ କରିବେ ବୋଲି ଜଣାପଡ଼ିଛି।
ସେପଟେ, ସବୁ ଦିଗକୁ ଦୃଷ୍ଟିରେ ରଖି ଟିକିନିଖି ଯାଞ୍ଚ କରାଯାଉଛି । ଏ ପରିପ୍ରେକ୍ଷୀରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ଆଜି ନିମହାନ୍ସର ବିଶେଷଜ୍ଞ ଦଳ ଆସି ଝାରସୁଗୁଡାରେ ପହଞ୍ଚିଛନ୍ତି । ନବ ଦାସଙ୍କୁ ହତ୍ୟା କରିବା ପଛରେ ପ୍ରକୃତ ରହସ୍ୟ କଣ, ତାହା ଜାଣିବାକୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ବ୍ୟାପକ କରିଛି। ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି କଣ ଥିଲା । ସେନେଇ ତାର ପରୀକ୍ଷା ନିରୀକ୍ଷା ଏବଂ ମାନସିକ ବିଶ୍ଳେଷଣ ଚାଲିଛି ।
ନବ ଦାସଙ୍କୁ ଗୁଳି କରିବା ଘଟଣା ପ୍ରଚାର ହେବା ପରେ ଗୋପାଳଙ୍କ ପତ୍ନୀ ଓ ପରିବାର ବର୍ଗ ତାଙ୍କର ମାନସିକ ସ୍ଥିତି ଠିକ ନ ଥିବା କହିଥିଲେ । ଏପରିକି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ସମାନ କଥା ଦୋହରାଇଥିଲେ । ତାଙ୍କର ମାନସିକ ସ୍ଥିତି ଭଲ ନ ଥିବା ଏବଂ ପ୍ରାୟ ବର୍ଷେ ତଳେ ତାଙ୍କ ପାଖରେ ଚିକିତ୍ସିତ ହେଉଥିଲେ ବୋଲି କହିଥିଲେ ।