ସୁନ୍ଦରଗଡ: ବଣାଇଁ ଥାନା ଅନ୍ତର୍ଗତ କଟୁରିଧୁଆ ଗ୍ରାମରେ ଗତରାତିରେ ଘରେ ଶୋଇଥିବା ଅବସ୍ଥାରେ ଭାଇଭଉଣୀକୁ ବିଷାକ୍ତ ସାପ କାମୁଡିଥିଲା । ସାପ କାମୁଡ଼ିବାରେ ୪ ବର୍ଷୀୟ ଭାଇ ସନ୍ଦୀପ ଓରାମଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ୧୨ ବର୍ଷୀୟ ଭଉଣୀ ଅଲିଶା ଓରାମ ଗୁରୁତର ହୋଇ ରାଉରକେଲା ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ଏବେ ଝିଅର ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
ଶୋଇଥିବାବେଳେ କାମୁଡିଲା ବିଷାକ୍ତ ସାପ: ଭାଇ ମୃତ, ଭଉଣୀ ଗୁରୁତର