ରାମଲୀଳା ଦେଖି ଫେରୁଥିଲେ; ଭାରସାମ୍ୟ ହରାଇ ଟ୍ରାକ୍ଟର ପଛକୁ ପିଟିଲା ବାଇକ୍‌ , ୩ ମୃତ

ସୁନ୍ଦରଗଡ଼: ରାମନବମୀ ଯାତ୍ରା ହେଲା ଶେଷ ଯାତ୍ରା । ଯାତ୍ରା ଦେଖି ଫେରିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୁନ୍ଦରଗଡ଼ ବଡ଼ଗାଁ ଥାନା ଅନ୍ତର୍ଗତ ଭୋଇପାଲି ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିିଛି । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଟ୍ରାକ୍ଟର ପଛରେ ଏକ ବାଇକ ପିଟି ହୋଇଥିଲା। ଘଟଣାସ୍ଥଳରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।  ମୃତକମାନେ ହେଲେ ସୁନ୍ଦରଗଡ଼ ସଦର ଥାନା ବିରତୋଳା ଗାଁର ଦିଲ୍ଲୀପ ନାଏକ, ଠନ ସୁନ୍ଦର ସା […]

ସୁନ୍ଦରଗଡ଼: ରାମନବମୀ ଯାତ୍ରା ହେଲା ଶେଷ ଯାତ୍ରା । ଯାତ୍ରା ଦେଖି ଫେରିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୁନ୍ଦରଗଡ଼ ବଡ଼ଗାଁ ଥାନା ଅନ୍ତର୍ଗତ ଭୋଇପାଲି ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିିଛି । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଟ୍ରାକ୍ଟର ପଛରେ ଏକ ବାଇକ ପିଟି ହୋଇଥିଲା। ଘଟଣାସ୍ଥଳରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।  ମୃତକମାନେ ହେଲେ ସୁନ୍ଦରଗଡ଼ ସଦର ଥାନା ବିରତୋଳା ଗାଁର ଦିଲ୍ଲୀପ ନାଏକ, ଠନ ସୁନ୍ଦର ସା ଓ ଚନ୍ଦନ ଲୁହାର। ଏହି ୩ ଜଣ ଯୁବକ ବଡ଼ଗାଁ ରାମଲୀଳା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

About The Author: The Sakala