ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆରଡବ୍ଲୁ ଡିଭିଜନର କନିଷ୍ଠ କିରାଣି, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍

ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆରଡବ୍ଲୁ ଡିଭିଜନର କନିଷ୍ଠ କିରାଣି ନନ୍ଦିକିଶୋର ନାଥ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବରଗଡ଼, ରାଉରକେଲା ଓ ସମ୍ବଲପୁରର ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ । ଭୁବନେଶ୍ୱର ଲକ୍ଷ୍ମୀସାଗର ସାଇକୃପା ଏନକ୍ଲେଭରେ ଥିବା ୧୦୫ ନମ୍ବର ପ୍ଲଟ୍‌ରେ ଚାଲିଛି ଛାପା । ବରଗଡ଼ ଭିଏସଏସ ନଗରରେ ଥିବା ପୈତୃକ ଘର, ପାନପୋଷ ହକି ଛକରେ ଥିବା ସରକାରୀ କ୍ବାର୍ଟର୍ସ, ସୁ୍ନଦରଗଡ଼ରେ ଥିବା ଅଫିସ […]

ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆରଡବ୍ଲୁ ଡିଭିଜନର କନିଷ୍ଠ କିରାଣି ନନ୍ଦିକିଶୋର ନାଥ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବରଗଡ଼, ରାଉରକେଲା ଓ ସମ୍ବଲପୁରର ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ । ଭୁବନେଶ୍ୱର ଲକ୍ଷ୍ମୀସାଗର ସାଇକୃପା ଏନକ୍ଲେଭରେ ଥିବା ୧୦୫ ନମ୍ବର ପ୍ଲଟ୍‌ରେ ଚାଲିଛି ଛାପା ।

ବରଗଡ଼ ଭିଏସଏସ ନଗରରେ ଥିବା ପୈତୃକ ଘର, ପାନପୋଷ ହକି ଛକରେ ଥିବା ସରକାରୀ କ୍ବାର୍ଟର୍ସ, ସୁ୍ନଦରଗଡ଼ରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଁଇଠାପାଲୀସ୍ଥିତ ଘର, ଏବଂ ସମ୍ପର୍କୀୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ । ରେଡ୍‌ରେ ୩ଜଣ ଡିଏସପି , ୯ ଇନସ୍ପେକ୍ଟର, ଜମେ ଏସଆଇ, ୨ଜଣ ଏଏସଆଇ ସାମିଲ ଅଛନ୍ତି ।

About The Author: The Sakala