‘ମୋ ବସ୍‍’କୁ ପୁଣି ଥରେ ସଫଳତା, ମିଳିଲା ସ୍ମାର୍ଟ ‘ଏସ୍‍ପିଭି’ ଆୱାର୍ଡ

ଭୁବନେଶ୍ୱର: ସିଟି ବସ୍‍ ସେବା କ୍ଷେତ୍ରରେ ‘ମୋ ବସ୍‍’କୁ ପୁଣି ଥରେ ସଫଳତା ମିଳିଛି। ଦେଶର ଅଗ୍ରଣୀ ସେବା ପ୍ରଦାନକାରୀ ଭାବେ ମୋ ବସ୍‍ ପରିଚାଳନା ସଂସ୍ଥା କ୍ରୁଟ୍‍କୁ ଏହି ପୁରସ୍କାର ମିଳିଛି। ଦେଶର ଶ୍ରେଷ୍ଠ ସ୍ମାର୍ଟ ବିଶେଷ ପ୍ରୟୋଜନ ମାଧ୍ୟମ (ଏସ୍‍ପିଭି) ସଂସ୍ଥା ବିବେଚିତ ହୋଇଛି। ଶୁକ୍ରବାର ଦିଲ୍ଲୀର ପ୍ରଗତି ମଇଦାନ ଆୟୋଜିତ ଷଷ୍ଠ ସ୍ମାର୍ଟ ସିଟି ଇଣ୍ଡିଆ ଆୱାର୍ଡ କାର୍ଯ୍ୟକ୍ରମରେ କ୍ରୁଟ୍‍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ୨ ବର୍ଷ ମଧ୍ୟରେ କ୍ରୁଟ୍‍ କିଭଳି […]

ଭୁବନେଶ୍ୱର: ସିଟି ବସ୍‍ ସେବା କ୍ଷେତ୍ରରେ ‘ମୋ ବସ୍‍’କୁ ପୁଣି ଥରେ ସଫଳତା ମିଳିଛି। ଦେଶର ଅଗ୍ରଣୀ ସେବା ପ୍ରଦାନକାରୀ ଭାବେ ମୋ ବସ୍‍ ପରିଚାଳନା ସଂସ୍ଥା କ୍ରୁଟ୍‍କୁ ଏହି ପୁରସ୍କାର ମିଳିଛି। ଦେଶର ଶ୍ରେଷ୍ଠ ସ୍ମାର୍ଟ ବିଶେଷ ପ୍ରୟୋଜନ ମାଧ୍ୟମ (ଏସ୍‍ପିଭି) ସଂସ୍ଥା ବିବେଚିତ ହୋଇଛି। ଶୁକ୍ରବାର ଦିଲ୍ଲୀର ପ୍ରଗତି ମଇଦାନ ଆୟୋଜିତ ଷଷ୍ଠ ସ୍ମାର୍ଟ ସିଟି ଇଣ୍ଡିଆ ଆୱାର୍ଡ କାର୍ଯ୍ୟକ୍ରମରେ କ୍ରୁଟ୍‍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
୨ ବର୍ଷ ମଧ୍ୟରେ କ୍ରୁଟ୍‍ କିଭଳି ଆଞ୍ଚଳିକ ପରିବହନ କ୍ଷେତ୍ରରେ ଏକ ମାଇଲ୍‍ ଖୁଣ୍ଟ ଭଳି ଠିଆ ହୋଇଛି ସେଠାରେ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ଭାରତ ବ୍ୟାପାର ସମ୍ବର୍ଦ୍ଧନ ସଂଗଠନ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ଦିଆଯାଇ ଆସୁଥିବା ବେଳେ ଚଳିତ ବର୍ଷ ସେମାନେ କ୍ରୁଟ୍‍କୁ ଚୟନ କରିଛନ୍ତି। ପୂର୍ବରୁ କୋଭିଡ୍‍ ସମୟର କାମକୁ ଦୃଷ୍ଟିରେ ରଖି କ୍ରୁଟ୍‍କୁ ୟୁଏମ୍‍ଆଇ ପୁରସ୍କାର ମିଳିଥିଲା। ଗତବର୍ଷ ମଧ୍ୟ କ୍ରୁଟ୍‍କୁ ଶ୍ରେଷ୍ଠ ସ୍ମାର୍ଟ ପରିବହନ ଯୋଜନା ଭାବେ ୟୁଏମଆଇ ପୁରସ୍କୃତ କରିଥିଲା। ତେବେ ଶୁକ୍ରବାର ପ୍ରଦାନ କରାଯାଇଥିବା ଏହି ପୁରସ୍କାରକୁ କ୍ରୁଟ୍‍ର ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ର ଗ୍ରହଣ କରିଛନ୍ତି। ଏହି ସଫଳତା ପାଇଁ ସମସ୍ତ ଗାଇଡ୍‍ ଏବଂ କ୍ୟାପଟେନ୍‍ ସହିତ ପୁରା ଅପରେସନ୍‍ ଟିମ୍‍କୁ ସଂସ୍ଥାର ଏମ୍‍ଡି ଅରୁଣ ବୋଥ୍ରା ଅଭିନନ୍ଦନ ଜଣାଇଛନ୍ତି। ଯାତ୍ରୀମାନଙ୍କ ବିଶ୍ୱାସ ସେ ନିଜର କୃତଜ୍ଞତା ଜଣାଇଥିବା ବେଳେ ଏହିଭଳି ସମ୍ମାନ ଆହୁରି ଅଧିକା କାମ କରିବା ପାଇଁ ଉତ୍ସାହିତ କରିବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି। ଏହାସହିତ ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି କ୍ରୁଟ୍‍ ସବୁବେଳେ ପ୍ରାଥମିକତା ଦେଉଛି। ମାତ୍ର ନିଜର ସୁରକ୍ଷା ପାଇଁ ଯାତ୍ରୀମାନେ କୋଭିଡ୍‍ ଗାଇଡ୍‍ ଲାଇନ୍‍ ଅନୁଶରଣ କରି ଯାତ୍ରା ଜାରି ରଖିବା ପାଇଁ ଶ୍ରୀ ବୋଥ୍ରା ଅପିଲ୍‍ କରିଛନ୍ତି।

ବର୍ତ୍ତମାନ ମୋ ବସ୍‍ ସେବା ଯାତ୍ରୀମାନଙ୍କ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ ସାଜିଛି। ପୁଣିଥରେ ଦୈନିକ ୧ଲକ୍ଷରୁ ଊର୍ଦ୍ଧ ଯାତ୍ରୀ ମୋବସ୍‍ ସେବା ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଆଗାମୀ ଦିନରେ କ୍ରୁଟ୍‍ କାର୍ବନ ଫୁଟ ପ୍ରିଣ୍ଟ ଆହୁରି କମ୍‍ କରିବା ପାଇଁ କାମ କରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

About The Author: The Sakala