ଭୁବନେଶ୍ୱର: ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର । ସୁଭଦ୍ରା ଯୋଜନାରେ ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ କିସ୍ତିରୁ ବଞ୍ଚିତ ଥିବା ୧ ଲକ୍ଷ ୨୩ ହଜାର ୮୪୯ ଜଣ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଅର୍ଥ ରାଶି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୬୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଛାଡିଲେ ସରକାର । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ଏବେବି କିଛି ଫିଲ୍ଡ ଭେରିଫିକସନ ପାଇଁ ଅଟକି ରହିଛି । ପାଖାପାଖି ଏକ ଲକ୍ଷ ଫିଲ୍ଡ ଭେରିଫିକେସନ ଚାଲିଛି । ସେହିପରି ୩ ଲକ୍ଷ ୨୬ ହଜାର ନୂଆ ଆବେଦନ ଆମ ପାଖକୁ ଆସିସାରିଛି । ସୁଭଦ୍ରା ହେଲ୍ପ ଡେସ୍କରେ ଥିବା ଦୁଇ ଜଣଙ୍କ କର୍ମଚାରୀଙ୍କ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସବୁ ମହିଳାଙ୍କ ପାଖରେ ସୁଭଦ୍ରା ରାଶି ପହଞ୍ଚିଛି । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । ବାକି ପଡିଥିବା ସୁଭଦ୍ରା ଟଙ୍କା ଆଜି ମହିଳାଙ୍କ ଖାତାକୁ ଗଲା ।