ଭୁବନେଶ୍ବର: ରାଜ୍ଯରେ ତୃତୀୟ ପର୍ଯ୍ଯାୟ ମତଦାନ ଶେଷ ହୋଇଛି। ଏହି ତୃତୀୟ ପର୍ଯ୍ଯାୟରେ ୭୮.୬ % ମତଦାନ ହୋଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୮୭.୪୪ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬୬.୭୫ ପ୍ରତିଶତ ମତଦାନ ହୋଇଛି।ସେହିଭଳି କୋରାପୁଟରେ ୮୪.୭୮, ଅନୁଗୁଳରେ ୮୪.୨୪, ଗଜପତିରେ ୮୨. ୭୨, ବରଗଡରେ ୮୨.୬୩ ଓ ନବରଙ୍ଗପୁରରେ ୮୬.୩୩, ପ୍ରତିଶତ ମତଦାନ ହୋଇଛି । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୮.୬% ମତଦାନ, ସର୍ବାଧିକ ମତଦାନ ଜିଲ୍ଲାରେ ସୁବର୍ଣ୍ଣପୁର ଆଗରେ