ଉଲୁଣ୍ଡା: ଉଲୁଣ୍ଡା ବ୍ଲକ କଳାପଥର ହାଇସ୍କୁଲରେ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ଶତପଥୀଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ସ୍ବର୍ଗତଃ ଲକ୍ଷ୍ମଣ ଶତପଥୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ଜିଲ୍ଲା ସ୍ୱାଧୀନତା ସ୍ମୃତି କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ, ସମ୍ମାନିତ ଅତିଥି ଭାବେ ସ୍ୱାଧୀନତା ସଂଗ୍ରାମୀ ସ୍ମୃତି କମିଟି ଉପସଭାପତି କବି ଲେଖକ ଆର୍ତ୍ତତ୍ରାଣ ବାବୁ, କମିଟିର କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ରଥ, ସ୍ବର୍ଗତ ଲକ୍ଷ୍ମଣ ଶତପଥୀଙ୍କ ସହଯୋଗୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋବିନ୍ଦଚନ୍ଦ୍ର ପଧାନ, କଳାପଥର ହାଇସ୍କୁଲର ପ୍ରଧାନଶିକ୍ଷକ ଲାଲବାବୁ ସେଠୀ, ପୂର୍ବତନ ସରପଞ୍ଚ ତ୍ରିଲୋକେସ ମହାକୁଡ଼, କଳାପଥର ସରପଂଚ ସୂର୍ଯ୍ୟକାନ୍ତୀ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ।
କମିଟିର ସହସମ୍ପାଦକ ଯୁଧିଷ୍ଠିର ଖମାରୀ, ପଙ୍କଜ ଖମାରୀ ପ୍ରମୁଖ ସ୍ବର୍ଗତଃ ଲକ୍ଷ୍ମଣ ଶତପଥୀଙ୍କ ସ୍ମୃତିରାରଣ କରି ଇଂରେଜ ସରକାର ଓ ସୋନପୁର ମହାରାଜାଙ୍କ ପ୍ରଲୋଭନ ସତ୍ତ୍ଵେ ସ୍ବାଧୀନତା ସଂଗ୍ରାମରୁ ହଟିନଯାଇ ଅନ୍ଦୋଳନକୁ ଆହୁରି ତୀବ୍ରତର କରିଥିଲେ। ଫଳରେ ଲକ୍ଷ୍ମଣ ଶତପଥୀଙ୍କୁ ଅନେକଥର ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା। ଦେଶ ମାତୃକାର ସେବା କରିବା ପାଇଁ ନିଜ ପରିବାରକୁ ତ୍ୟାଗକରି ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସ୍କୁଲ ପ୍ରଧାନଶିକ୍ଷକ କଳାପଥର ଗ୍ରାମର ତିନି ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତଃ ରାମଚନ୍ଦ୍ର ଶତପଥୀ, ଲକ୍ଷ୍ମଣ ଶତପଥୀ ଓ ମୋହନ ମିଶ୍ରଙ୍କ ନାମରେ ତିନିଟି କକ୍ଷ କରିବାକୁ ଘୋଷଣା କରିଥିଲେ । ଏଥିସହ ସୁବର୍ଣ୍ଣପୁର ଜିଲ୍ଲାର ନବରତ୍ନଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ଏକ ପ୍ରସ୍ତାବ ଗ୍ରହଣକରି ଜିଲ୍ଲାପାଳଙ୍କ ସହ କମିଟି ଆଲୋଚନା କରିବ ବୋଲି କହିଥିଲେ ।
ସ୍ମୃତି କମିଟି ସମ୍ପାଦକ ଯୁଗଳ କିଶୋର ମିଶ୍ର ସଭା ସଂଯୋଜନା କରିଥିବାବେଳେ ସଦସ୍ୟ ଲକ୍ଷ୍ମଣ ଶତପଥୀଙ୍କ ସହଯୋଗୀ ଉମେଶ ପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟ ପ୍ରଶାନ୍ତ କୁମାର ଶତପଥୀ, ପ୍ରତ୍ୟୁଷ କୁମାର ଶତପଥୀ, ପ୍ରଦିପ୍ତ କୁମାର ଶତପଥୀ, ପଦ୍ମିନୀ ଶତପଥୀ, ନାତି ବିଶ୍ୱେଶ ଶତପଥୀ, ମାଗୁଣି କର୍ଣ୍ଣ, ହୃଷୀକେଶ ରଥଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।