ବିଜେବି କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା, ଛାତ୍ରୀ ନିବାସରୁ ମିଳିଲା ଝୁଲନ୍ତା ମୃତଦେହ

ଭୁବନେଶ୍ୱର : ବିଜେବି କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା। ହଷ୍ଟେଲ ଭିତରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀ ଜଣଙ୍କ ଯୁକ୍ତ ୩ କଳାର ପ୍ରଥମ ବର୍ଷର ହୋଇଥିବା ସୂଚନା ମିଳିଛି । ହଷ୍ଟେଲରେ କେହି ନଥିବା ବେଳେ ଆତ୍ମହତ୍ୟା କରିଛନ୍ତି । ଘଟଣା ସ୍ଥଳରେ ବଡ଼ଗଡ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ତେବେ ମିଳିଥିବା ଅନୁସାରେ ଛାତ୍ରୀ ଜଣଙ୍କ ନାମ ରୁଚିକା […]

ଭୁବନେଶ୍ୱର : ବିଜେବି କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା। ହଷ୍ଟେଲ ଭିତରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀ ଜଣଙ୍କ ଯୁକ୍ତ ୩ କଳାର ପ୍ରଥମ ବର୍ଷର ହୋଇଥିବା ସୂଚନା ମିଳିଛି । ହଷ୍ଟେଲରେ କେହି ନଥିବା ବେଳେ ଆତ୍ମହତ୍ୟା କରିଛନ୍ତି । ଘଟଣା ସ୍ଥଳରେ ବଡ଼ଗଡ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।

ତେବେ ମିଳିଥିବା ଅନୁସାରେ ଛାତ୍ରୀ ଜଣଙ୍କ ନାମ ରୁଚିକା ମହାନ୍ତି। ସେ ଯୁକ୍ତ ୩ କଳାର ଇତିହାସ ବିଭାଗର ପ୍ରଥମ ବର୍ଷରେ ପାଠ ପଢୁଥିଲେ। UPSC ପାଇଁ ପ୍ରସ୍ତୁତି କରୁଥିଲେ ରୁଚିକା। ଏଣୁ ସେ ପାଠ ପଢାରେ ସମୟ ଦେବା ସହ ହଷ୍ଟେଲର ଅନ୍ୟ ଅନ୍ତେବାସୀଙ୍କ ସହ ଏତେ ମିଳାମିଶା କରୁନଥିଲେ। ଆଜି ସକାଳୁ କ୍ଲାସ କରିବାକୁ ନଯାଇ ସାଙ୍ଗ ରହୁଥିବା ୨୦୧ ରୁମ୍ ରେ ଏକାକୀ ରହିଥିଲେ। ତେବେ UPSC ପରୀକ୍ଷା ପାଇଁ ଉଚ୍ଚ ଲକ୍ଷ୍ୟ ରଖିଥିବା ଛାତ୍ରୀ କାହିଁକି ସୁଇସାଇଡ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

About The Author: The Sakala