ବିକ୍ରି ପୂର୍ବରୁ ବଜ୍ରକାପ୍ତା ଉଦ୍ଧାର: ୨ ଗିରଫ, ୩ଫେରାର

କରଞ୍ଜିଆ /ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ବଣ୍ୟ ପ୍ରାଣୀ ବନାଞ୍ଚଳରୁ ବଜ୍ରକାପ୍ତା ବିକ୍ରି ଉଦ୍ୟମ ବେଳେ ଏସଟିଏଫ ଟିମ ଚଢ଼ାଉ କରି  ୨ଜଣଙ୍କୁ ଗିରଫ କରିଛି। ବଜ୍ରକାପ୍ତାଟିକୁ ମଧ୍ୟ ଉଦ୍ଧାର କରାଯାଇଛି। ତା’ର ଓଜନ ୧୨.୫କିଗ୍ରା ହେବ। ସୂଚନା ଅନୁଯାୟୀ, ଗୁରୁବାର ସାତକୋଶିଆ – ନଦା ରାସ୍ତାରେ ୫ଜଣ ଅଭିଯୁକ୍ତ ବଜ୍ରକାପ୍ତା ବିକ୍ରିରେ ସାମିଲ ଥିଲେ। ଯୋଜନା ମୁତାବକ ଏସଟିଏଫ ଟିମ ୨ଜଣଙ୍କୁ ଗିରଫ କରିଥିଲେ ହେଁ ଅନ୍ୟ ୩ଜଣ ଫେରାର ହୋଇଯାଇଥିଲେ […]

କରଞ୍ଜିଆ /ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ବଣ୍ୟ ପ୍ରାଣୀ ବନାଞ୍ଚଳରୁ ବଜ୍ରକାପ୍ତା ବିକ୍ରି ଉଦ୍ୟମ ବେଳେ ଏସଟିଏଫ ଟିମ ଚଢ଼ାଉ କରି  ୨ଜଣଙ୍କୁ ଗିରଫ କରିଛି। ବଜ୍ରକାପ୍ତାଟିକୁ ମଧ୍ୟ ଉଦ୍ଧାର କରାଯାଇଛି। ତା’ର ଓଜନ ୧୨.୫କିଗ୍ରା ହେବ।

ସୂଚନା ଅନୁଯାୟୀ, ଗୁରୁବାର ସାତକୋଶିଆ – ନଦା ରାସ୍ତାରେ ୫ଜଣ ଅଭିଯୁକ୍ତ ବଜ୍ରକାପ୍ତା ବିକ୍ରିରେ ସାମିଲ ଥିଲେ। ଯୋଜନା ମୁତାବକ ଏସଟିଏଫ ଟିମ ୨ଜଣଙ୍କୁ ଗିରଫ କରିଥିଲେ ହେଁ ଅନ୍ୟ ୩ଜଣ ଫେରାର ହୋଇଯାଇଥିଲେ । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଆନ୍ଦପୁର ନିକଟ ପଦ୍ମପୁରର ନୀଳମଣି ଦେହୁରୀ ଓ ବାରୁହାଁର ପାଣ୍ଡବ ନାଏକ । ଉଭୟଙ୍କ ନାମରେ ବନ୍ୟପ୍ରାଣୀ ଚୋରାଚାଲାଣ ଅଭିଯୋଗରେ ମାମଲା ରୁଜୁ ପୂର୍ବକ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ୩ ଜଣ ଫେରାର ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଓ ବନ ବିଭାଗ ଅନୁସନ୍ଧାନ ଜାରି ରଖିଛି। ଏସଟିଏଫ ଟିମ ନିଜର ଗୁପ୍ତଚର ତଥ୍ୟ ବଳରେ ବଜ୍ରକାପ୍ତା ବିକ୍ରି ଉଦ୍ୟମ ପଣ୍ଡ ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସାଧାରଣରେ ପ୍ରଶଂସା କରାଯାଇଛି । କିଛି ଦିନ ତଳେ ବଜ୍ରକାପ୍ତା କାତି ଜବତ ହେବା ପରେ ଆଜିର ଘଟଣା ବିଭାଗ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାରେ ସଫଳ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି।

About The Author: The Sakala