ବ୍ରହ୍ମପୁରରେ ରାଜ୍ୟସ୍ତରୀୟ ପଲିଶ୍ରୀ ମେଳା ଓ ଗ୍ରାମାଞ୍ଚଳ କୃଷିଜାତ ଦ୍ରବ୍ୟ ପ୍ରଦର୍ଶନୀ ଉଦ୍‌ଘାଟିତ

ବ୍ରହ୍ମପୁର: ଖଲ୍ଲିକୋଟ କଲେଜ୍‌ ପଡ଼ିଆରେ ରାଜ୍ୟସ୍ତରୀୟ ପଲ୍ଳିଶ୍ରୀ ମେଳା ଓ ଜିଲ୍ଳାସ୍ତରୀୟ ଗ୍ରାମାଞ୍ଚଳ କୃଷିଜାତ ଦ୍ରବ୍ୟ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିବାବେଳେ ସମ୍ମାନୀତ ଅତିଥିଭାବେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ପକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ସିଦେ୍ଧଶ୍ୱର ବଳିରାମ ବୋନ୍ଦର, ଉପଜିଲ୍ଳାପାଳ ଭି.କିର୍ତ୍ତିଭାସ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଳା ଓଆର୍‌ଏମ୍‌ଏସ୍‌ […]

ବ୍ରହ୍ମପୁର: ଖଲ୍ଲିକୋଟ କଲେଜ୍‌ ପଡ଼ିଆରେ ରାଜ୍ୟସ୍ତରୀୟ ପଲ୍ଳିଶ୍ରୀ ମେଳା ଓ ଜିଲ୍ଳାସ୍ତରୀୟ ଗ୍ରାମାଞ୍ଚଳ କୃଷିଜାତ ଦ୍ରବ୍ୟ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିବାବେଳେ ସମ୍ମାନୀତ ଅତିଥିଭାବେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ପକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ସିଦେ୍ଧଶ୍ୱର ବଳିରାମ ବୋନ୍ଦର, ଉପଜିଲ୍ଳାପାଳ ଭି.କିର୍ତ୍ତିଭାସ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଳା ଓଆର୍‌ଏମ୍‌ଏସ୍‌ ଓ ମିଶନ ଶକ୍ତି ପକ୍ଷରୁ ଷ୍ଟଲ ଖୋଲାଯାଇଥିବାବେଳେ ଗ୍ରାମ୍ୟ ଇତ୍ପାଦ ସାମଗ୍ରୀ ପ୍ରଦର୍ଶିତ ହୋଇଛି । ଅତିଥିମାନେ ସମସ୍ତ ଷ୍ଟଲ ବୁଲି ଦେଖିବା ସହ ମହିଳା ଗୋଷ୍ଠୀଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଗ୍ରାମ୍ୟ ଦ୍ରବ୍ୟର ବିକାଶ ତଥା ବିକ୍ରୟ ପାଇଁ ଏହା ଏକ ନୂଆ ସୁଯୋଗ ବୋଲି ଜିଲ୍ଲାପାଳ କହିଥିଲେ । ଏହି ମେଳା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଳାର ବିଭିନ୍ନ ଲୋକନୃତ୍ୟ ସହ ଓଡ଼ିଶୀ, ଭାରତନାଟ୍ୟମ, ସମ୍ବଲପୁରୀ, ଭାରତଲୀଳା ଆଦି ପରିବେଷିତ ହୋଇଥିବାବେଳେ ନରେନ୍ଦ୍ରପୁରର ଯୋଡ଼ିଶଙ୍ଖ ଓ ରଣପ୍ପା ନୃତ୍ୟରେ ମଞ୍ଚ ଦୁଲୁକିଛି ।

ସେହିଭଳି ବ୍ରହ୍ମପୁରର ଅଙ୍ଗହାର ନୃତ୍ୟାୟନ ପକ୍ଷରୁ ଓଡ଼ିଶୀ ନବଦୁର୍ଗା ନୃତ୍ୟ, ସଞ୍ଚାର ବ୍ରହ୍ମପୁର ପକ୍ଷରୁ ଓଡ଼ିଶୀ, ଭାଟକୁମରଡ଼ା ଲକ୍ଷ୍ମୀ ମଞ୍ଜରୀ ନୃତ୍ୟ କ୍ଷେତ୍ରମ ପକ୍ଷରୁ ଭାରତ ନାଟ୍ୟମ, ବ୍ରହ୍ମପୁର ଆରିୟାନ୍‌ ଡେ଼ନ୍ସ ଏକାଡ଼ମୀ ପକ୍ଷରୁ ଏକକନୃତ୍ୟ ପ୍ରଦର୍ଶିତ କରାଯାଇଛି । ସେହିଭଳି ଜେଡ଼ିଟି ଟ୍ରାକ୍‌ ଡ୍ୟା଼ନ୍ସର କଳାକାରମାନେ ନୃତ୍ୟ ପରିବେଷଣ କରିଥିବାବେଳେ ନାଟ୍ୟଶ୍ରୀ ଡ୍ୟା଼ନ୍ସ ଏକାଡ଼ମୀ ପକ୍ଷରୁ ନୃତ୍ୟ, ଭଞ୍ଜ କଳା ନିକେତନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ଖଲ୍ଳିକୋଟ ଏମ୍‌ଟି ଡେ଼ନ୍ସ ଏକାଡ଼ମୀ ପକ୍ଷରୁ ମଡ଼ର୍ଣ୍ଣ ଡେ଼ନ୍ସ, ବ୍ରହ୍ମପୁର ଲଳିତା କାଲ୍‌ଚୁରାଲ୍‌ ଏକାଡ଼ମୀ ପକ୍ଷରୁ ସେମି କ୍ଲାସିକାଲ୍‌ ଡେ଼ନ୍ସ, ବ୍ରହ୍ମପୁର ଲିଆନା ସ୍କଲ ଅଫ୍‌ ଡ଼୍ୟାନ୍ସ ପକ୍ଷରୁ ମଡ଼ର୍ଣ୍ଣ ନୃତ୍ୟ, ବ୍ରହ୍ମପୁର ନାଳନ୍ଦା ଅସୁଥୋନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ମହାନଳା ସ୍ଥିତ ମା ଦେବୀ ନାନ୍ୟ ସଂସଦ ପକ୍ଷରୁ ଭାରତଲୀଳା ନାଟକ ପ୍ରଦର୍ଶିତ ହୋଇଛି । କରୋନା ପ୍ରକୋପର ଦୀର୍ଘଦିନ ପରେ ପୁଣି ଏଭଳି କାର୍ଯ୍ୟକ୍ରମ ହୋଇଥବାରୁ ସହବାସୀ ଉପଭୋଗ କରିଛନ୍ତି । କାର୍ଯକ୍ରମରେ ଜିଲ୍ଳା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ ।

ମୁଖ୍ୟ ଆକର୍ଷଣ ଗଞ୍ଜାମ ହାଟ

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ତିଆରି ଆଚାର, ପାମ୍ପଡ଼, ଆରିସା ପିଠା, ଝାଡ଼ୁ ଭଳି ବିଭିନ୍ନ ସାମଗ୍ରୀର ବିକ୍ରୟ ପାଇଁ ଗଞ୍ଜାମ ଜିଲ୍ଳା ପ୍ରଶାସନ ପକ୍ଷରୁ ଗଞ୍ଜାମ ହାଟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗ୍ରାମ୍ୟ ଦ୍ରବ୍ୟର ବିକ୍ରି ସହ ବିକଶିତ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି । ମିଶନ୍‌ଶକ୍ତି ଓ ଓଆର୍‌ଏମ୍‌ଏସ୍‌ ଦ୍ୱାରା ଏହା ପରିଚାଳିତ ହେଉଛି । ଜିଲ୍ଳା ଓ ରାଜ୍ୟସ୍ତରୀୟ ବିଭିନ୍ନ ପ୍ରଦର୍ଶନୀ ମେଳାରେ ଗଞ୍ଜାମ ହାଟ ଷ୍ଟଲ ସାମିଲ ହେଉଥିବା ଓଆରଏମ୍‌ଏସ୍‌ର ଜ୍ୟୋତିପ୍ରକାଶ ମହାନ୍ତି କହିଛନ୍ତି । ବର୍ତ୍ତମାନ ପଲ୍ଳିଶ୍ରୀ ମେଳାରେ ଏହା ମୁଖ୍ୟ ଆକର୍ଷଣ ସାଜିଥିବାବେଳେ ସହରବାସୀ ଏଠାକୁ ଆସି ବିଭିନ୍ନ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଛି ।

୧୭୦ଟି ଷ୍ଟଲ୍‌ ମଧ୍ୟରୁ ୩୦ ଜିଲ୍ଲାର ୫୫ଟି ଷ୍ଟଲ

ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ଯୋଜନା ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ଏକ ମାଧ୍ୟମ ସାଜିଛି । ଏଥିଦ୍ୱାରା ମହିଳା ଗୋଷ୍ଠୀମାନେ ରୋଜଗାର କରିବା ସହ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି । ସରକାରୀ ପ୍ରୋତ୍ସାହନ ଓ ସହାୟତା ବଳରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି । ସ୍ଥାନୀୟ ଖଲ୍ଲିକୋଟ କଲେଜ୍‌ ପଡ଼ିଆରେ ଚାଲିଥିବା ପଲ୍ଲିଶ୍ରୀ ମେଳାରେ ମହିଳା ଗୋଷ୍ଠୀଙ୍କ ଦ୍ୱାରା ପ୍ରଦର୍ଶିତ ଷ୍ଟଲ ମୁଖ୍ୟ ଆକର୍ଷଣ ସାଜିଛି । ଏଠାରେ ମୋଟ ୧୭୦ଟି ଷ୍ଟଲ୍‌ ସହିତ ୮ଟି ଲାଇଭ୍‌ ଡେ଼ମୋନଷ୍ଟ୍ରେସନ୍‌ ଷ୍ଟଲ ପ୍ରଦର୍ଶିତ ହୋଇଛି । ଓଆର୍‌ଏମ୍‌ଏସ୍‌ ଦ୍ୱାରା ପରିଚାଳିତ ରାଜ୍ୟର ୫୫ଟି ଷ୍ଟଲ ରାଜ୍ୟର ବିଭିନ୍ନ ଜିଲ୍ଳାରୁ ଆସିଛି । କୋରାପୁଟ, କନ୍ଧମାଳ, ଜଗସିଂହପୁର, ବାଲେଶ୍ୱର, ବୈଦ୍ଧ ଆଦି ବିଭିନ୍ନ ପ୍ରାନ୍ତରୁ ମହିଳାଗୋଷ୍ଠୀମାନେ ଆସିଛନ୍ତି । ସେମାନେ ତିଆରି କରିଥିବା ବିଭିନ୍ନ ସାମଗ୍ରୀ ଏଠାରେ ପ୍ରଦର୍ଶନ ସହ ବିକ୍ରି କରୁଛନ୍ତି । ସେହିଭଳି ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ୧୦ଟି, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ପକ୍ଷରୁ ୧୫ଟି, ନାବାଡର଼୍ ପକ୍ଷରୁ ୨ଟି, ମିଶନ ଶକ୍ତି ପକ୍ଷରୁ ୩୦ ଷ୍ଟଲ ପଡ଼ିଛି । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୫ଟି ଓ ଛତ୍ରପୁର ଏନ୍‌ଏସି ପକ୍ଷରୁ ଗୋଟିଏ ଷ୍ଟଲ ପଡ଼ିଛି ।

“ତାରା’ କରୁଛି ସଚେତନ, ରାଜ୍ୟ ବାହାରୁ ୧୦ଟି ଷ୍ଟଲ

ପଲ୍ଲିଶ୍ରୀ ମେଳାରେ ଟ୍ରାନ୍ସଫରମେସନ୍‌ ଏଗ୍ରିକଲ୍‌ଚର ରୁରାଲ୍‌ ଏରିଆସ୍‌ (ତାରା) ଦ୍ୱାରା ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଗ୍ରାମାଞ୍ଚଳରେ କୃଷିଯାତ ଦ୍ରବ୍ୟର ଉତ୍ପାଦନ ସମ୍ପର୍କରେ ସଚେତନ କରାଯାଉଛି । କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ମଧ୍ୟ ସଚେତନ କରାଯାଉଛି । ୨୫ଟି ଷ୍ଟଲରେ କୃଷି ଯାତ ଦ୍ରବ୍ୟ ପ୍ରଦର୍ଶିତ ହେଉଛି । ପଲ୍ଲିଶ୍ରୀ ମେଳାରେ ରାଜ୍ୟ ବାହାରୁ ୧୦ଟି ଷ୍ଟଲ ଆସିଛି । ଛତିଶଗଡ଼ ଓ ରାୟପୁରରୁ କ୍ରାଫ୍‌ଟ୍‌ ସାମ୍ରଗୀ ପ୍ରଦର୍ଶିିତ ହେଉଛି । ପ୍ରଥମ ଥର ପାଇଁ ରାଜ୍ୟ ବାହାର ବ୍ୟବସାୟୀଙ୍କୁ ସୁଯୋଗ ଦିଆଯାଇଛି । ପ୍ରଦର୍ଶନୀରେ ବ୍ୟବସାୟୀ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି ।

ବିଏମ୍‌ସିର ୩ଟି ଷ୍ଟଲ, ପୁଲିସ୍‌, ସ୍ୱାସ୍ଥ୍ୟ ଓ ଦମକଳ ବାହିନୀ ସଜାଗ 

ପଲ୍ଲିଶ୍ରୀ ମେଳାରେ ଲୋକଙ୍କ ଭିଡ଼ ଜମୁଛି । ସମସ୍ତଙ୍କ ସୁରକ୍ଷା ଲାଗି ପୁଲିସ୍‌ ଓ ଦମକଳା ବାହିନୀ ସଜାଗ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଷ୍ଟଲ ଖୋଲାଯାଇଛି । ଅତ୍ୟାବ୍ୟଶ୍ୟକ ସମୟରେ ସ୍ୱାସ୍ଥ୍ୟ ବିଭାଗର ଟିମ୍‌ କାର୍ଯ୍ୟକରିବେ । ସେହିଭଳି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୫ଟି ଷ୍ଟଲ ରହିଛି । ଏଥିରେ ବ୍ରହ୍ମପୁର ପାଟ ସହିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ତିଆରି ସାମଗ୍ରୀ ବିକ୍ରି ହେଉଛି ।

 

About The Author: The Sakala