ଭୁବନେଶ୍ବର: ସରକାରଙ୍କୁ ରାଜନୈତିକ ପକ୍ଷାଘାତ ହୋଇଛି। ଦୁଇମାସ ତଳେ ସରକାର ଗୋଟିଏ ନିଷ୍ପତ୍ତି ନେଇ, କ୍ୟାଲେଣ୍ଡରରେ ମାର୍ଚ୍ଚ ୫କୁ ଛୁଟି ଘୋଷଣା କରିଥିଲେ । ହଠାତ୍ ଦୁଇଦିନ ତଳେ ସେହି ଛୁଟିକୁ ପୁଣି ବାତିଲ କରିଛନ୍ତି। ରାଜ୍ୟ ସରକାରଙ୍କ ବାଚଳାମିକୁ ତୀବ୍ର ସମାଲୋଚନା କରିଛନ୍ତି ବିଧାୟକ ଅରୁଣ ସାହୁ। ଗୋଟିଏ ସରକାର ଦୁଇ ଦୁଇଟି ନିଷ୍ପତ୍ତି କେମିତି ନେଉଛନ୍ତି। ଏହା କେବଳ ରାଜନୈତିକ ପକ୍ଷାଘାତ ବୋଲି କହିଛନ୍ତି ଅରୁଣ । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ବିଜୁ ଜୟନ୍ତୀ ପାଳନ କରିବା ଅବସରରେ ଏହା କହିଛନ୍ତି ଅରୁଣ ସାହୁ। ବିଜୁ ବାବୁ ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାକୁ ଆରମ୍ଭ କରିଥିଲେ । କଂଗ୍ରେସ ଦଳ ଠାରୁ ଆରମ୍ଭ କରି ସମସ୍ତ ଦଳ ମାର୍ଚ୍ଚ ୫କୁ ବିଜୁ ବାବୁଙ୍କ ଜନ୍ମ ଦିବସ ତଥା ପଞ୍ଚାୟତ ରାଜ ଦିବସ ଭାବେ ସାରା ରାଜ୍ୟରେ ପାଳନ କରି ଆସୁଥିଲେ। ହେଲେ ବିଜେପି ସରକାର ଏହାକୁ ବନ୍ଦ କରିଦେଇଛନ୍ତି। ଏ ସରକାରଙ୍କୁ ପକ୍ଷାଘାତ ରୋଗ ଆକ୍ରାନ୍ତ କରିଛି ବୋଲି ନୟାଗଡ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି।
ରାଜ୍ୟ ସରକାରଙ୍କୁ ରାଜନୈତିକ ପକ୍ଷାଘାତ ହୋଇଛି: ବିଧାୟକ ଅରୁଣ ସାହୁ
ଭୁବନେଶ୍ବର: ସରକାରଙ୍କୁ ରାଜନୈତିକ ପକ୍ଷାଘାତ ହୋଇଛି। ଦୁଇମାସ ତଳେ ସରକାର ଗୋଟିଏ ନିଷ୍ପତ୍ତି ନେଇ, କ୍ୟାଲେଣ୍ଡରରେ ମାର୍ଚ୍ଚ ୫କୁ ଛୁଟି ଘୋଷଣା କରିଥିଲେ । ହଠାତ୍ ଦୁଇଦିନ ତଳେ ସେହି ଛୁଟିକୁ ପୁଣି ବାତିଲ କରିଛନ୍ତି। ରାଜ୍ୟ ସରକାରଙ୍କ ବାଚଳାମିକୁ ତୀବ୍ର ସମାଲୋଚନା କରିଛନ୍ତି ବିଧାୟକ ଅରୁଣ ସାହୁ। ଗୋଟିଏ ସରକାର ଦୁଇ ଦୁଇଟି ନିଷ୍ପତ୍ତି କେମିତି ନେଉଛନ୍ତି। ଏହା କେବଳ ରାଜନୈତିକ ପକ୍ଷାଘାତ ବୋଲି କହିଛନ୍ତି ଅରୁଣ । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ […]