ବଢିଲା କୋଭିଡ କଟକଣା : ଯାତ୍ରା ଓ ଅପେରାକୁ ବନ୍ଦ କଲେ ରାଜ୍ୟ ସରକାର

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ବଢୁଥିବା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ନାଇଟ୍‌ କର୍ଫ୍ୟୁ ସହ ଅନେକ କଟକଣା ଲଗାଇଛନ୍ତି। ତଥାପି ସ୍ଥିତିରେ କୌଣସି ସୁଧାର ନଆସିବାରୁ ରାଜ୍ୟର ସମସ୍ତ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜି ରାଜ୍ୟ ସରକାର ସମସ୍ତ ସହରାଞ୍ଚଳରେ ଜାରି କରିଛନ୍ତି ସପ୍ତାହନ୍ତ ସଟଡାଉନ୍ ।ସଟ୍‌ଡାଉନ ସହ ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ। ଏଥି ସହିତ କୋଭିଡ୍ କଟକଣା ପାଇଁ ଯାତ୍ରା, […]

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ବଢୁଥିବା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ନାଇଟ୍‌ କର୍ଫ୍ୟୁ ସହ ଅନେକ କଟକଣା ଲଗାଇଛନ୍ତି। ତଥାପି ସ୍ଥିତିରେ କୌଣସି ସୁଧାର ନଆସିବାରୁ ରାଜ୍ୟର ସମସ୍ତ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜି ରାଜ୍ୟ ସରକାର ସମସ୍ତ ସହରାଞ୍ଚଳରେ ଜାରି କରିଛନ୍ତି ସପ୍ତାହନ୍ତ ସଟଡାଉନ୍ ।ସଟ୍‌ଡାଉନ ସହ ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ।

ଏଥି ସହିତ କୋଭିଡ୍ କଟକଣା ପାଇଁ ଯାତ୍ରା, ଅପେରାକୁ ବନ୍ଦ କଲେ ରାଜ୍ୟ ସରକାର। ୫୦ ପ୍ରତିଶତ ଦର୍ଶକରେ ଚାଲିବ ସିନେମା ହଲ। କିନ୍ତୁ ସବୁଠି ପାଳନ ହେବ କୋଭିଡ୍ କଟକଣା। ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ବି ଦେଇଛନ୍ତି ସରକାର।

ହୋଟେଲ ଖାଇବା ଉପରେ କଟକଣା

ମଲର ଫୁଡ୍ କୋର୍ଟରେ କେହି ଖାଇ ପାରିବେନି ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ ହୋଟେଲରେ ଖାଇବା ମନା କିନ୍ତୁ କେବଳ ପାର୍ସଲ ମିଳିବ। ଏହାସହ ରାସ୍ତା କଡ ବ୍ୟବସାୟୀ ବି ଲୋକଙ୍କୁ ଖାଇବାକୁ ଦେବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି। ଭିଡକୁ ଦୃଷ୍ଟିରେ ରଖିବେ ଦୋକାନୀ ନଚେତ ଆକ୍ସନ ନିଆଯିବ ବୋଲି କହିଲେ ଏସଆରସି।

About The Author: The Sakala