ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ରାଜରାସ୍ତାରେ ଚାଷୀ; ସରକାର ଉତ୍ସବ ମନାଉଛନ୍ତି: ବିଜେଡି

ରାଜ୍ୟରେ ମଣ୍ଡି ଓ ଟୋକନ ସମସ୍ୟା ଯୋଗୁଁ ବଢୁଛି ଚାଷୀ ଅସନ୍ତୋଷ

Madhusudan Das Picture
Published On

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ଚାଷୀଙ୍କ ପାଇଁ ବିଜେପି ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଣିର ଗାର ହୋଇଛି । ଚାଷୀଙ୍କୁ ଏମଏସପି ସହିତ ୮୦୦ ଟଙ୍କାର ଇନପୁଟ୍‌ ସବସିଡି ଦେବାର ଆଶ୍ୱାସନା ଦେଇଥିବା ବିଜେପି ସରକାର ଚାଷୀମାନଙ୍କୁ ଶୋଷଣ କରୁଛି କହି କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ। ମଙ୍ଗଳବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା ଓ ବିଧାୟକ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ବ୍ୟୋମକେଶ ରାୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେପି ସରକାରର ଚାଷୀ ମାରଣ ନୀତି ଯୋଗୁଁ ଚାଷୀ ନିଜର ହକ୍‌ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛି। ରାଜ୍ୟରେ ଚାଷୀ ମାନଙ୍କ ସମସ୍ୟା ଉକ୍ରଟ ରୂପ ନେଉଥିବା ବେଳେ ସରକାର ଉତ୍ସବ ମନାଇବାରେ ବ୍ୟସ୍ତ ରହୁଛନ୍ତି । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେପି, ଚାଷୀକୂଳ ପ୍ରତି ଉଦାସୀନତା ପନ୍ଥା ଅବଲମ୍ୱନ କରିବା ନିନ୍ଦନୀୟ ବୋଲି କହିଛନ୍ତି । 

ଆହୁରି ପଢ଼ନ୍ତୁ: ସରକାରୀ ଅଧିକାରୀଙ୍କୁ ବିଜେପି ନେତାଙ୍କ ଦୁର୍ବ୍ୟବହାର ନିନ୍ଦନୀୟ: ବିଜେଡି

ଶ୍ରୀ ଦାସବର୍ମା କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ଓଡ଼ିଶାର ଚାଷୀକୂଳକୁ ଆଶ୍ୱସ୍ତ କରିଥିଲା ଯେ ଏମ୍‌ଏସପି ସହିତ ୮୦୦ ଟଙ୍କାର ଇନପୁଟ ସବସିଡି ଦେଇ ଧାନ କିଣିବୁ ଏବଂ ଚାଷୀର ସମସ୍ତ ବଳକା ବିକ୍ରିଯୋଗ୍ୟ ଧାନ ସଂଗ୍ରହ କରିବୁ। ଏହା ଭିତରେ ଦୁଇଟି ଆର୍ଥିକ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରଙ୍କ ଅପାରଗତା କାରଣରୁ ଚାଷୀକୂଳ ଆଜି ଦୁର୍ଦ୍ଦିନରେ କାଳାତିପାତ କରୁଛି। ବିଜେପିର ମିଛ ପ୍ରତିଶ୍ରୁତିର ଶିକାର ହୋଇ ଚାଷୀକୁ ଆଜି ରେଜିଷ୍ଟ୍ରେସନ ପାଇଁ, ଟୋକନ ପାଇଁ, ମଣ୍ଡି ଖୋଲିବା ପାଇଁ ଓ ନିଜ କଷ୍ଟ ଉପାର୍ଜିତ ଫସଲକୁ କିପରି ବିକ୍ରି କରିପାରିବେ, ସେଥିପାଇଁ ବାରମ୍ୱାର ରାଜରାସ୍ତାରେ ଆନ୍ଦୋଳନ କରିବାକୁ ପଡୁଛି । ପଶ୍ଚିମ ଓଡ଼ିଶାରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓ ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ରାଜରାସ୍ତାରେ ଗର୍ଜନ କରୁଛନ୍ତି। ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ଚାଷୀ ଆଷହତ୍ୟା କରିବାକୁ ବାଧ୍ୟ ହେଉଛି। ସରକାର ତୁରନ୍ତ  ପଦକ୍ଷେପ ନ ନେଲେ ବିଜେଡି ଚାଷୀଙ୍କ ହକ୍‌ ପାଇଁ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀ ପଠାରୁ ଅଧାପୋତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ବାରଙ୍ଗ ପୋଲିସର ତଦନ୍ତ

ବ୍ୟୋମକେଶ କହିଛନ୍ତି ଯେ ଖରିଫ ସିଜିନରେ ରେକର୍ଡ ସଂଖ୍ୟକ ଧାନ ଅମଳ ହୋଇଥିଲା । ଗତବର୍ଷ ଯେଉଁ ଧାନ ସଂଗ୍ରହ ହୋଇଥିଲା, ତାହା ସରକାର ଓ ମିଲ୍‌ ମାନଙ୍କ ପାଖରେ ଭରପୂର ମାତ୍ରାରେ ରହିଥିଲା। ସରକାରଙ୍କ ପାଖରେ ଆଉ ଜାଗା ନଥିଲା ଏ ବର୍ଷର ଧାନ କିଣିବା ପାଇଁ । ଯାହା ମୁଖ୍ୟମନ୍ତ୍ରୀ ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ସ୍ୱୀକାର କରିଛନ୍ତି। ସରକାର ପ୍ରଥମ ଦିନରୁ ଚେଷ୍ଟା କରିଥିଲେ କିପରି ଏବର୍ଷ କମ୍‌ ଧାନ ସଂଗ୍ରହ କରାଯିବ। ସରକାର ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ଜଟିଳ କରିବା ସହିତ ୧୫୦ କ୍ୱିଣ୍ଟାଲ ଉପରକୁ କୌଣସି ଚାଷୀ ଧାନ ବିକ୍ରି କରିପାରିବ ନାହିଁ କହି ଚାଷୀକୂଳକୁ ହତାଦର କଲେ। ସରକାର ଚାଷୀକୂଳର ସମସ୍ୟାକୁ ତୁରନ୍ତ ସମାଧାନ କରନ୍ତୁ, ନଚେତ୍‌ ଆଗାମୀ ଦିନରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ରାୟ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନିଖିଲ ହତ୍ୟାକାଣ୍ଡକୁ କେନ୍ଦ୍ର କରି ରାୟଗଡ଼ାରେ ପୁଣି ଉତ୍ତେଜନା: ଥାନା ଆଗରେ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

19 May 2026 By Madhusudan Das

ରାଜରାସ୍ତାରେ ଚାଷୀ; ସରକାର ଉତ୍ସବ ମନାଉଛନ୍ତି: ବିଜେଡି

ରାଜ୍ୟରେ ମଣ୍ଡି ଓ ଟୋକନ ସମସ୍ୟା ଯୋଗୁଁ ବଢୁଛି ଚାଷୀ ଅସନ୍ତୋଷ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ଚାଷୀଙ୍କ ପାଇଁ ବିଜେପି ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଣିର ଗାର ହୋଇଛି । ଚାଷୀଙ୍କୁ ଏମଏସପି ସହିତ ୮୦୦ ଟଙ୍କାର ଇନପୁଟ୍‌ ସବସିଡି ଦେବାର ଆଶ୍ୱାସନା ଦେଇଥିବା ବିଜେପି ସରକାର ଚାଷୀମାନଙ୍କୁ ଶୋଷଣ କରୁଛି କହି କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ। ମଙ୍ଗଳବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା ଓ ବିଧାୟକ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ବ୍ୟୋମକେଶ ରାୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେପି ସରକାରର ଚାଷୀ ମାରଣ ନୀତି ଯୋଗୁଁ ଚାଷୀ ନିଜର ହକ୍‌ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛି। ରାଜ୍ୟରେ ଚାଷୀ ମାନଙ୍କ ସମସ୍ୟା ଉକ୍ରଟ ରୂପ ନେଉଥିବା ବେଳେ ସରକାର ଉତ୍ସବ ମନାଇବାରେ ବ୍ୟସ୍ତ ରହୁଛନ୍ତି । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେପି, ଚାଷୀକୂଳ ପ୍ରତି ଉଦାସୀନତା ପନ୍ଥା ଅବଲମ୍ୱନ କରିବା ନିନ୍ଦନୀୟ ବୋଲି କହିଛନ୍ତି । 

ଶ୍ରୀ ଦାସବର୍ମା କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ଓଡ଼ିଶାର ଚାଷୀକୂଳକୁ ଆଶ୍ୱସ୍ତ କରିଥିଲା ଯେ ଏମ୍‌ଏସପି ସହିତ ୮୦୦ ଟଙ୍କାର ଇନପୁଟ ସବସିଡି ଦେଇ ଧାନ କିଣିବୁ ଏବଂ ଚାଷୀର ସମସ୍ତ ବଳକା ବିକ୍ରିଯୋଗ୍ୟ ଧାନ ସଂଗ୍ରହ କରିବୁ। ଏହା ଭିତରେ ଦୁଇଟି ଆର୍ଥିକ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରଙ୍କ ଅପାରଗତା କାରଣରୁ ଚାଷୀକୂଳ ଆଜି ଦୁର୍ଦ୍ଦିନରେ କାଳାତିପାତ କରୁଛି। ବିଜେପିର ମିଛ ପ୍ରତିଶ୍ରୁତିର ଶିକାର ହୋଇ ଚାଷୀକୁ ଆଜି ରେଜିଷ୍ଟ୍ରେସନ ପାଇଁ, ଟୋକନ ପାଇଁ, ମଣ୍ଡି ଖୋଲିବା ପାଇଁ ଓ ନିଜ କଷ୍ଟ ଉପାର୍ଜିତ ଫସଲକୁ କିପରି ବିକ୍ରି କରିପାରିବେ, ସେଥିପାଇଁ ବାରମ୍ୱାର ରାଜରାସ୍ତାରେ ଆନ୍ଦୋଳନ କରିବାକୁ ପଡୁଛି । ପଶ୍ଚିମ ଓଡ଼ିଶାରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓ ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ରାଜରାସ୍ତାରେ ଗର୍ଜନ କରୁଛନ୍ତି। ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ଚାଷୀ ଆଷହତ୍ୟା କରିବାକୁ ବାଧ୍ୟ ହେଉଛି। ସରକାର ତୁରନ୍ତ  ପଦକ୍ଷେପ ନ ନେଲେ ବିଜେଡି ଚାଷୀଙ୍କ ହକ୍‌ ପାଇଁ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ସେ କହିଛନ୍ତି ।

ବ୍ୟୋମକେଶ କହିଛନ୍ତି ଯେ ଖରିଫ ସିଜିନରେ ରେକର୍ଡ ସଂଖ୍ୟକ ଧାନ ଅମଳ ହୋଇଥିଲା । ଗତବର୍ଷ ଯେଉଁ ଧାନ ସଂଗ୍ରହ ହୋଇଥିଲା, ତାହା ସରକାର ଓ ମିଲ୍‌ ମାନଙ୍କ ପାଖରେ ଭରପୂର ମାତ୍ରାରେ ରହିଥିଲା। ସରକାରଙ୍କ ପାଖରେ ଆଉ ଜାଗା ନଥିଲା ଏ ବର୍ଷର ଧାନ କିଣିବା ପାଇଁ । ଯାହା ମୁଖ୍ୟମନ୍ତ୍ରୀ ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ସ୍ୱୀକାର କରିଛନ୍ତି। ସରକାର ପ୍ରଥମ ଦିନରୁ ଚେଷ୍ଟା କରିଥିଲେ କିପରି ଏବର୍ଷ କମ୍‌ ଧାନ ସଂଗ୍ରହ କରାଯିବ। ସରକାର ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ଜଟିଳ କରିବା ସହିତ ୧୫୦ କ୍ୱିଣ୍ଟାଲ ଉପରକୁ କୌଣସି ଚାଷୀ ଧାନ ବିକ୍ରି କରିପାରିବ ନାହିଁ କହି ଚାଷୀକୂଳକୁ ହତାଦର କଲେ। ସରକାର ଚାଷୀକୂଳର ସମସ୍ୟାକୁ ତୁରନ୍ତ ସମାଧାନ କରନ୍ତୁ, ନଚେତ୍‌ ଆଗାମୀ ଦିନରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ରାୟ ଚେତାବନୀ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର