ଚାକିରି କରିଥିବା ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ଓଟିଇଟି ପଞ୍ଜୀକରଣ ଅବଧି ବୃଦ୍ଧି

କଟକ: ଚାକିରି କରିଥିବା ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ଓଟିଇଟି  ୨୦୨୫ପାଇଁ ଅନଲାଇନ୍ ପଞ୍ଜୀକରଣକୁ ୨୭ ମେ’ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ପକ୍ଷରୁ ଗୁରୁବାର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପାଇଁ ଅନଲାଇନ୍ ପଞ୍ଜୀକରଣର ଶେଷ ତାରିଖ ଏବଂ ସମୟ ଗୁରୁବାର ପୂର୍ବାହ୍ନ ୧୧.୪୫ ଥିଲା। ଏବେ ଏହାର ଶେଷ ତାରିଖକୁ ମେ’ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚଳିତ ମାସର […]

କଟକ: ଚାକିରି କରିଥିବା ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ଓଟିଇଟି  ୨୦୨୫ପାଇଁ ଅନଲାଇନ୍ ପଞ୍ଜୀକରଣକୁ ୨୭ ମେ’ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ପକ୍ଷରୁ ଗୁରୁବାର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପାଇଁ ଅନଲାଇନ୍ ପଞ୍ଜୀକରଣର ଶେଷ ତାରିଖ ଏବଂ ସମୟ ଗୁରୁବାର ପୂର୍ବାହ୍ନ ୧୧.୪୫ ଥିଲା। ଏବେ ଏହାର ଶେଷ ତାରିଖକୁ ମେ’ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଚଳିତ ମାସର ଆରମ୍ଭରେ ମେ’୭ ତାରିଖରେ ବିଏସଇ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ଯୋଗ୍ୟ ଶିକ୍ଷକଙ୍କଠାରୁ ପଞ୍ଜୀକରଣ ପାଇଁ ବିଜ୍ଞପ୍ତି ଜାରି କରିଥିଲା। ଏହି ନୋଟିସରେ ବିଏସଇ ଉଲ୍ଲେଖ କରିଥିଲା ​​ଯେ, ଯୋଗ୍ୟ ଶିକ୍ଷକମାନେ ୯‌ ମ‌େ’ ୨୦୨୫ ପୂର୍ବାହ୍ନ ୮ ଟାରୁ ସେମାନଙ୍କର ଅନଲାଇନ୍ ପଞ୍ଜୀକରଣ ପଠାଇପାରିବେ। ପେପର-୧ ଏବଂ ପେପର -୨ ପାଇଁ ସମ୍ପୃକ୍ତ ଲିଙ୍କ୍ ପୃଥକ ଭାବରେ ଅନଲାଇନ୍‌ରେ ଉପଲବ୍ଧ ହେବ ବୋଲି କୁହାଯାଇଥିଲା।

About The Author: The Sakala