ସ୍ମାର୍ଟସିଟି ହେବ ପୋଷ୍ଟର୍‍ ମୁକ୍ତ, ଆରମ୍ଭ ହେଲା ପୋଷ୍ଟର୍‍ଚିରା ଅଭିଯାନ

ଭୁବନେଶ୍ୱର: ରାଜଧାନୀରେ ଆଉ କୌଣସି କାନ୍ଥରେ ପୋଷ୍ଟର ଲାଗିପାରିବନି। ଏଣିକି ଭୁବନେଶ୍ୱରରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର୍‍ ଲଗାଇବା ଉପରେ କଡ଼ା କଟକଣା ଲଗାଯାଇଛି। ରାଜଧାନୀରେ ଅନେକ ବ୍ୟକ୍ତି ଓ ସଂସ୍ଥା ବେଆଇନ୍‍ ଭାବେ ରାସ୍ତାକଡ଼ କାନ୍ଥ ଓ ଗଛ ଆଦିରେ ପୋଷ୍ଟର୍‍ ଲଗାଉଛନ୍ତି। ଯାହାଦ୍ୱାରା ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଏହାକୁ ବିଏମ୍‍ସି ଗୁରୁତର ସହ ନେଇଥିବା ବେଳେ ଏହି କାର୍ଯ୍ୟ ଉପରେ ରୋକ୍‍ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛି। ପୋଷ୍ଟର୍‍ ମୁକ୍ତ ସ୍ମାର୍ଟସିଟି କରିବା ଲକ୍ଷ୍ୟ ନେଇ […]

ଭୁବନେଶ୍ୱର: ରାଜଧାନୀରେ ଆଉ କୌଣସି କାନ୍ଥରେ ପୋଷ୍ଟର ଲାଗିପାରିବନି। ଏଣିକି ଭୁବନେଶ୍ୱରରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର୍‍ ଲଗାଇବା ଉପରେ କଡ଼ା କଟକଣା ଲଗାଯାଇଛି। ରାଜଧାନୀରେ ଅନେକ ବ୍ୟକ୍ତି ଓ ସଂସ୍ଥା ବେଆଇନ୍‍ ଭାବେ ରାସ୍ତାକଡ଼ କାନ୍ଥ ଓ ଗଛ ଆଦିରେ ପୋଷ୍ଟର୍‍ ଲଗାଉଛନ୍ତି। ଯାହାଦ୍ୱାରା ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଏହାକୁ ବିଏମ୍‍ସି ଗୁରୁତର ସହ ନେଇଥିବା ବେଳେ ଏହି କାର୍ଯ୍ୟ ଉପରେ ରୋକ୍‍ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛି। ପୋଷ୍ଟର୍‍ ମୁକ୍ତ ସ୍ମାର୍ଟସିଟି କରିବା ଲକ୍ଷ୍ୟ ନେଇ ବିଏମ୍‍ସି ଏବେ ବିଭିନ୍ନ ସ୍ଥାନରୁ ପୋଷ୍ଟର୍‍ ଚିରିବା ଆରମ୍ଭ କରିଛି। ସଫେଇ କର୍ମଚାରୀମାନେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟରକୁ ଚିରୁଥିବା ବେଳେ ନିୟମିତ ପୋଷ୍ଟର ଲଗାଯାଉଥିବା ସ୍ଥାନ ଉପରେ ନଜର ରଖିଛନ୍ତି। ଅନ୍ୟପଟେ ଏନେଇ ବିଏମ୍‍ସି ମଧ୍ୟ ଟୁଇଟ୍‍ ଯୋଗେ ଲୋକଙ୍କ ସହଯୋଗ ଲୋଡ଼ିବା ସହ ଆଗକୁ ଏହି କାର୍ଯ୍ୟ କରୁଥିବା ସଂସ୍ଥା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛି। ଆଗକୁ ଯଦି କାନ୍ଥରେ କେହି ପୋଷ୍ଟର ମାରେ ତେବେ ବିଭାଗ ମୋଟା ଅଙ୍କର ଜରିମାନା କରିବ ବୋଲି ବିଏମସି କହିଛି। ବିଏମ୍‍ସିର ଏହି ପୋଷ୍ଟର ମୁକ୍ତ ରାଜଧାନୀ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ସୋସିଆଲ ମିଡିଆକୁ ବ୍ୟବହାର କରି ବିଜ୍ଞାପନ କରିବାକୁ ଲୋକମାନେ ପରାମର୍ଶ ଦେଇଛନ୍ତି।

About The Author: The Sakala