ଜୁନ ୨୯ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ପ୍ରବେଶ ମନା

ବାରିପଦା: ଜୁନ ୨୯ତାରିଖରୁ ବର୍ଷାଋତୁ ପାଇଁ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ରହିବ । ତେବେ ତାଳବନ୍ଧ ଓ ଜାମୁଆଣି ଇକୋଟୁରିଜିମ କମ୍ପ୍ଲେକ୍ସ ଖୋଲା ରହିବ । ପରବର୍ତ୍ତୀ ପ୍ରବେଶ ତାରିଖ ସମ୍ବାଦପତ୍ରରେ ପ୍ରକାଶ ପାଇବ ବୋଲି ସୋମବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦା ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନାନୀ କହିଛନ୍ତି ।

About The Author: Madhusudan Das