ଭୁବନେଶ୍ବର: ନବୀନ ନିବାସରେ ୫ଟି ଓ ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟିଛନ୍ତି ରାଜ୍ୟର ବିଭିନ୍ନ ସଂଘର କର୍ମକର୍ତ୍ତା । ଏଥିସହ ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟ ସଭାପତିଙ୍କ ନେତୃତ୍ବରେ ବହୁ ଯୁବ-ଛାତ୍ର ନେତାମାନେ ଭେଟି ନୂଆ ଦାୟିତ୍ବ ପାଇଁ ୫ଟି ଓ ନବୀନ ଓଡିଶାର ଅଧକ୍ଷଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ଟ୍ରାନ୍ସଜେଣ୍ଡର ଶାଖାର ଉହଦେଷ୍ଟା ମିରା ପରିଡ଼ା, ଓଡ଼ିଶା ଶିଶୁ ସୁରକ୍ଷା ଅଧିକାରୀ ଏବଂ କର୍ମଚାରୀ ସଂଘ, ଓଡ଼ିଆ ମହାମଞ୍ଚ ନୂଆଦିଲ୍ଲୀ, ରାଜ୍ୟ ବିଡ଼ିଓ ସଂଘର କର୍ମକର୍ତା, ପଞ୍ଜାବୀ ଗ୍ଲୋବାଲ୍ ଫାଉଣ୍ଡେସନ୍, ବିଧାୟକ ତଥା ବିଜୁ ଯୁବା ଜନତା ଦଳର ରାଜ୍ୟ ସଭାପତି ବ୍ୟମୋକେଶ ରାୟ ଓ ବିଧାୟକ ତଥା ବିିଜୁ ଛାତ୍ର ଜନାତ ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ବରେ ବହୁ ଯୁବ ଓ ଛାତ୍ର ନେତା ମାନେ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
୫ଟି ଅଧ୍ୟକ୍ଷଙ୍କ ନେତୃତ୍ବରେ ରାଜ୍ୟରେ ରୁପାନ୍ତରଣ ପ୍ରକ୍ରିୟା ଆହୁରି କ୍ରିୟାଶୀଳ ହେବା ସହ ରାଜ୍ୟର ଦ୍ରୁତ ବିକାଶ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ରାଜ୍ୟର ବିଭିନ୍ନ ସଂଘ । ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷଙ୍କ ସହ ଓଡ଼ିଶାର ବିକାଶରେ ସମ୍ପୂର୍ଣ ସହଯୋଗ କରିବେ ବୋଲି ସମସ୍ତେ ପ୍ରତିଶୃତି ଦେଇଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷଙ୍କସୁସ୍ଥ ଜୀବନ କାମନା କରିଛନ୍ତି।
ଭେଟିବାକୁ ଆସିଥିବା ସମସ୍ତ ସଂଗଠନ ଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି ଭି.କେ ପାଣ୍ଡିଆନ୍। ଏଥିସହ ରାଜ୍ୟର ଉଦ୍ୟମରେ ସେମାନଙ୍କର ସହଯୋଗ ଲୋଡିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏକ ନୂତନ ତଥା ସଶକ୍ତ ଓଡିଶା ଗଠନରେ ସେମାନଙ୍କୁ ଏହି ରୂପାନ୍ତର ଡ୍ରାଇଭ୍ରରେ ଅଂଶୀଦାର ଭାବରେ କାର୍ଯ୍ୟ କରିବାକୁ କହିଥିଲେ।