ଭୁବନେଶ୍ବର: ଆସନ୍ତା ୧୨ ତାରିଖରୁ ବିଧାନସଭାର ଦ୍ବିତୀୟ ପର୍ଯ୍ଯାୟ ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ ସବୁ ବିଧାୟକଙ୍କ ଆସନ୍ତାକାଲିଠୁ ବିଧାୟକଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯିବ । ସୁରକ୍ଷାକର୍ମୀ, ସାମ୍ବାଦିକ, ବିଧାନସଭା କର୍ମଚାରୀଙ୍କ ମଧ୍ୟ କରୋନା ଟେଷ୍ଟ ହେବ ।
ଏଥିପାଇଁ ଆସନ୍ତାକାଲି ଠାରୁ କରୋନା ଟେଷ୍ଟ ହେବ ଏବଂ ୨ ଘଣ୍ଟା ମଧ୍ୟରେ ରିପୋର୍ଟ ମିଳିବ। ରିପୋର୍ଟ ନେଗେଟିଭ ଆସିଲେ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ମିଳିବ। ପୂର୍ବ କାର୍ଯ୍ଯସୂଚୀ ଅନୁସାରେ ବିଧାନସଭା ଚାଲିବ। କରୋନା କଟକଣା ପାଇଁ ବିଧାନସଭା ପରିସରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।