ପୁରୀ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ଡ. କ୍ରିଷନ କୁମାରଙ୍କ ବଦଳି ହେଉଥିବା ଚର୍ଚ୍ଚା ହେଉଛି। ଖୁବ୍ଶୀଘ୍ର ତାଙ୍କ ସ୍ଥାନରେ ଜଣେ ନୂଆ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯିବ ବୋଲି ଆଲୋଚନା ଚାଲିଛି। ତେବେ କ୍ରିଷନ କୁମାରଙ୍କୁ ଶ୍ରୀମନ୍ଦିର ସେବାୟତମାନେ ଛାଡ଼ିବାକୁ ନାରାଜ। ଶୁକ୍ରବାର ଭର୍ଚୁଆଲରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକ ଶେଷରେ କିଛି ସେବାୟତ ଏହି ପ୍ରସଙ୍ଗ ଉଠାଇଥିଲେ। ମୁଖ୍ୟ ପ୍ରଶାସକଙ୍କ ଉଦ୍ଦେଶ୍ୟରେ କହିଥିଲେ ଆପଣ ଯାଆନ୍ତୁ ନାହିଁ। ଆପଣ ମୁଖ୍ୟ ପ୍ରଶାସକ ହୋଇ ରହିଥାଆନ୍ତୁ ବୋଲି କହିଥିଲେ। ତେବେ ମୁଖ୍ୟ ପ୍ରଶାସକ କହିଥିଲେ ମୁଁ ସବୁବେଳେ ଆପଣମାନଙ୍କ ସହିତ ଅଛି। ଆପଣଙ୍କ ସ୍ନେହ ଓ ଭଲପାଇବା ମୋ ଜୀବନର ପୁଞ୍ଜି। ମହାପ୍ରଭୁଙ୍କ ସେବାରେ ସମସ୍ତେ ସବୁବେଳେ ରହିବା। ସୂଚନାଥାଉ କି, କରୋନା ମହାମାରୀ ସମୟରେ ଦୁଇଟି ରଥଯାତ୍ରାର ସୁପରିଚାଳନା, ସେବାୟତଙ୍କ ସହ ବର୍ଷାରେ ଭିଜି ଗୀତଗୋବିନ୍ଦ ଗାନ କରିବା, ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ସହ ଶ୍ରୀମନ୍ଦିର ପାଇଁ ସର୍ବାଧିକ ଦାନ ସଂଗ୍ରହରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି କ୍ରିଷନ କୁମାର।
ମୁଖ୍ୟ ପ୍ରଶାସକଙ୍କୁ ଛାଡ଼ିବାକୁ ସେବାୟତ ନାରାଜ
ପୁରୀ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ଡ. କ୍ରିଷନ କୁମାରଙ୍କ ବଦଳି ହେଉଥିବା ଚର୍ଚ୍ଚା ହେଉଛି। ଖୁବ୍ଶୀଘ୍ର ତାଙ୍କ ସ୍ଥାନରେ ଜଣେ ନୂଆ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯିବ ବୋଲି ଆଲୋଚନା ଚାଲିଛି। ତେବେ କ୍ରିଷନ କୁମାରଙ୍କୁ ଶ୍ରୀମନ୍ଦିର ସେବାୟତମାନେ ଛାଡ଼ିବାକୁ ନାରାଜ। ଶୁକ୍ରବାର ଭର୍ଚୁଆଲରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକ ଶେଷରେ କିଛି ସେବାୟତ ଏହି ପ୍ରସଙ୍ଗ ଉଠାଇଥିଲେ। ମୁଖ୍ୟ ପ୍ରଶାସକଙ୍କ ଉଦ୍ଦେଶ୍ୟରେ କହିଥିଲେ ଆପଣ ଯାଆନ୍ତୁ ନାହିଁ। ଆପଣ ମୁଖ୍ୟ ପ୍ରଶାସକ ହୋଇ […]