ପୁରୀ ଏମାର ମଠରେ ପୁଣି ଚାଲିଛି ରୁପା ଇଟା ଖୋଜା, ପୂର୍ବରୁ ଚିହ୍ନିତ ସ୍ଥାନରେ ଖୋଳିବା ପ୍ରକ୍ରିୟା ଆରମ୍ଭ

ପୁରୀ: ବହୁ ଚର୍ଚ୍ଚିତ ପୁରୀ ଏମାର ମଠରେ ପୁଣି ରୁପା ଇଟା ଖୋଜା ଚାଲିଛି। ପୂର୍ବରୁ ଚିହ୍ନଟ ହୋଇଥିବା ୩ଟି ସ୍ଥାନକୁ ଖୋଳିବା ଆରମ୍ଭ କରିଦେଇଛି ପ୍ରଶାସନ । ତାପୂର୍ବରୁ ଯାଞ୍ଚ ପ୍ରକ୍ରିୟା ସରିଛି । ପୁରୀ ଉପଜିଲ୍ଲାପାଳ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୂର୍ବ ଚିହ୍ନଟ ସ୍ଥାନକୁ ଖୋଲାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମଠ ପରିଚାଳନା ସଦସ୍ୟ ବି ଉପସ୍ଥିତ ରହିଛନ୍ତି। ମଠରେ ଗୁପ୍ତଧନ ଆଶାରେ ଗତବର୍ଷ ସେପ୍ଟେମ୍ବର ୧୬ତାରିଖରେ ସ୍ଥାନ ଚିହ୍ନଟ ହୋଇଥିଲା । ମେଟାଲ […]

ପୁରୀ: ବହୁ ଚର୍ଚ୍ଚିତ ପୁରୀ ଏମାର ମଠରେ ପୁଣି ରୁପା ଇଟା ଖୋଜା ଚାଲିଛି। ପୂର୍ବରୁ ଚିହ୍ନଟ ହୋଇଥିବା ୩ଟି ସ୍ଥାନକୁ ଖୋଳିବା ଆରମ୍ଭ କରିଦେଇଛି ପ୍ରଶାସନ । ତାପୂର୍ବରୁ ଯାଞ୍ଚ ପ୍ରକ୍ରିୟା ସରିଛି । ପୁରୀ ଉପଜିଲ୍ଲାପାଳ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୂର୍ବ ଚିହ୍ନଟ ସ୍ଥାନକୁ ଖୋଲାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମଠ ପରିଚାଳନା ସଦସ୍ୟ ବି ଉପସ୍ଥିତ ରହିଛନ୍ତି। ମଠରେ ଗୁପ୍ତଧନ ଆଶାରେ ଗତବର୍ଷ ସେପ୍ଟେମ୍ବର ୧୬ତାରିଖରେ ସ୍ଥାନ ଚିହ୍ନଟ ହୋଇଥିଲା । ମେଟାଲ ଡିଟେକ୍ଟର ଦ୍ୱାରା ଯାଞ୍ଚ କରିଥିଲେ ବିଶେଷଜ୍ଞ ଦଳ । ମଠର ପ୍ରବେଶ ଗୃହ, ଅଗଣା, ଝୁଲଣ ମଣ୍ଡପ ସମ୍ମୁଖ ଅଗଣାରେ ଦିଆଯାଇଥିଲା ଚିହ୍ନ । ଆଜି ସେସବୁ ସ୍ଥାନକୁ ଖୋଳାଯାଉଛି।

ସୂଚନାଯୋଗ୍ୟ, ଏମାରମଠରୁ ୨୦୧୧ରେ ୫୨୨ ଖଣ୍ଡ ରୂପାଇଟା ବାହାରିବା ପରେ ଗତବର୍ଷ ମଧ୍ୟ ପୁର୍ନବାର ୪୫ ଖଣ୍ଡ ରୂପାଇଟା ବାହାରିଥିଲା। ଆଉକିଛି ଗୁପ୍ତଧନ ବାହାରିବା ଆଶାରେ ଆଜି ପୁର୍ନବାର ଯାଞ୍ଚ କରାଯାଉଛି।

About The Author: The Sakala