ବାଲେଶ୍ୱର: ବାଲେଶ୍ୱର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ୨୬ ନମ୍ବର ଜୋନ ପାତ୍ରପଡା ପଞ୍ଚାୟତର ସରପଞ୍ଚ ଆସନକୁ ବିଜେଡି ସମର୍ଥନରେ ଲଗାତର ଦୁଇଥର ଦଖଲ କରିଥିବା ଅଞ୍ଜନା ଦାସ ଏଥର ପୁଣି ପ୍ରାର୍ଥିନୀ ହେଇ ହାଟ୍ରିକ କରିବା ଲକ୍ଷରେ ରହିଛନ୍ତି।ଚଳିତ ପଞ୍ଚାୟତ ନିର୍ବାଚନ ରେ ପାତ୍ରପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀମତୀ ଦାସ ଗତ ୨୦୧୨ ଓ ୨୦୧୭ରେ ବିଜେଡି ସମର୍ଥିତ ପ୍ରାର୍ଥିନୀ ହେଇ ବିଜୟୀ ହେଇଥିଲେ।ଏ ଥର ପୁଣି ସେ ହେଟ୍ରିକ କରିବା ଲକ୍ଷ୍ୟରେ ଏହି ପଞ୍ଚାୟତର ସରପଞ୍ଚ ଆସନରେ ବିଜେଡି ସମର୍ଥିତ ପ୍ରାର୍ଥୀ ହେଇଛନ୍ତି। ତାଙ୍କର ସ୍ଥିତି ପଞ୍ଚାୟତରେ ଦୃଢଥିବା ଜଣା ଯାଇଛି। ମତଦାତା ମାନଙ୍କୁ ମିଥ୍ୟା ପ୍ରତିଶୃତି ଦେବା ପରିବର୍ତ୍ତେ ସେ ନିଜର କାର୍ଯ୍ୟ ଦକ୍ଷତା ଦେଖାଇବା ଉପରେ ଅଧିକ ଗୁରୁତ୍ୱ ଦେଉଥିବାର ସେ କହିଛନ୍ତି।ରାଜ୍ୟ ସରକାର ପଞ୍ଚାୟତ ଗୁଡିକର ଉନ୍ନତ୍ତି ଏବଂ ଲୋକଙ୍କ ମୌଳିକ ସମସ୍ୟା ଦୂର କରିବା ପାଇଁ ଅନେକ ଜନ କଲ୍ୟାଣ ମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ଗୁଡିକ ପଞ୍ଚାୟତ ସ୍ତରରେ ସଠିକ ଭାବେ କାର୍ଯ୍ୟକାରୀ କରିବାର ଦାୟୀତ୍ୱ ସରପଞ୍ଚଙ୍କ ଉପରେ ରହିଛି। ଜଣେ ସରପଞ୍ଚ ଯଦି ଦକ୍ଷତାର ସହିତ ସରକାରୀ ଯୋଜନାରେ ହିତାଧିକାରୀ ମାନଙ୍କୁ ସାମିଲ କରିପାରେ, ତାହେଲେ ମତଦାତା ତାଙ୍କ ସହିତ ରହିଥାନ୍ତି ବୋଲି ଶ୍ରୀମତୀ ଦାସ କହିଛନ୍ତି।
ପାତ୍ରପଡା ପଞ୍ଚାୟତର ୧୧ଟି ୱାର୍ଡରେ ବିଗତ ୧୦ବର୍ଷ ମଧ୍ୟରେ ଅନେକ ଜନ ଉନ୍ନୟନ ମୂଳକ କାର୍ଯ୍ୟ ହେଇଛି। ଏହି ପଞ୍ଚାୟତ ଅନ୍ତର୍ଗତ ପୁରୁଣାବାଲେଶ୍ୱର, ପାତ୍ରପଡା, ଗବଗାଁ, ଚକତେନ୍ତୁଳିପୁରା,ତେନ୍ତୁଳିପୁରା ଓ ଚକ ସିମୁଳିଆ ପ୍ରଭୁତି ଗ୍ରାମ ଗୁଡିକୁ ପାଇପ ଲାଇନ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। କେବଳ ଘିସୁଆଁ ଓ ତିଘିରିଆ ଗ୍ରାମ ଦୁଇଟିକୁ ପାଇପ ଲାଇନ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇ ନ ଥିବା ସରପଞ୍ଚ ପ୍ରାର୍ଥୀନୀ ଶ୍ରୀମତୀ ଦାସ କହିଛନ୍ତି। ସେହିଭଳି ପଞ୍ଚାୟତର ସମସ୍ତ ୱାର୍ଡରେ କଂକ୍ରିଟ ଢଳେଇ ରାସ୍ତା ନିର୍ମାଣ ହେଇଛି। ୪ଟି ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣ ହେଇଛି ।ଜାଗା ସୁବିଧା ହେଇପାରି ନଥିବା ଯୋଙ୍ଗୁ ଅନ୍ୟ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ସ୍ଥାୟୀ ପକ୍କାଘର ନିର୍ମାଣ ହେଇପାରି ନଥିବା ସେ କହିଛନ୍ତି।କେବଳ ୫ନମ୍ବର ୱାର୍ଡ ବ୍ୟତୀତ ଅନ୍ୟ ସବୁ ୱାର୍ଡରେ ଯୁବକ ସଂଘ ଘର ନିର୍ମାଣ କରାଯାଇଛି।ପ୍ରାୟ ୧୪ଶହ ପରିବାରକୁ ପାଇଖାନା ଯୋଗାଇ ଦିଆଯାଇଛି।ଗତ ଦଶବର୍ଷ ମଧ୍ୟରେ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ହେଇଛି।ଯେଉଁଥିପାଇଁ ଏଥର ପଞ୍ଚାୟତ ନିର୍ବାଚନାରେ ମତଦାତାଙ୍କ ସହିତ ଯୋଡିବାକୁ ମୋତେ ସହଜ ହେଉଛି ବୋଲି ଶ୍ରୀମତୀ ଦାସ କହିଛନ୍ତି। ଚଳିତ ନିର୍ବାଚନରେ ଜିତିବାକୁ ନେଇ ସେ କୁହନ୍ତି ଅନ୍ୟ ପ୍ରାର୍ଥୀ ଦ୍ୱୟଙ୍କ ଠାରୁ ମୋ ସମର୍ଥନରେ ଅଧିକ ମତଦାତା ଅଛନ୍ତି।ଏଥର ବିଜୟୀ ହେଇ ହେଟ୍ରିକ କରିବା ଆଶା ରଖିଛି।ତେବେ ଜନତା ଜନାର୍ଦ୍ଦନ।ପଞ୍ଚାୟତର ମତଦାତା ଚାହିଁଲେ ମୋ ଆଶା ପୂରଣ ହେବବୋଲି ପୂର୍ବତନ ସରପଞ୍ଚ ତଥା ଏଥର ପାତ୍ରପଡା ପଞ୍ଚାୟତର ସରପଞ୍ଚ ଆସନରେ ଲଢ଼ୁଥିବା ବିଜେଡି ସମର୍ଥିତ ପ୍ରାର୍ଥୀନୀ ଅଞ୍ଜନା ଦାସ ଆମ ପ୍ରତିନିଧିଙ୍କୁ କହିଛନ୍ତି।