ପୁରୁଣା କାନ୍ଥ ଭାଙ୍ଗୁଥିବା ବେଳେ ଅଘଟଣ, କାନ୍ଥ ଭୁଶୁଡ଼ି ଚାଲିଗଲା ଦୁଇ ଜୀବନ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ବିଜାଡିହି ଠାରେ ଦୁଃଖଦ ଘଟଣା ଘଟିଛି। କାନ୍ଥ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକ ଦ୍ୱୟ ହେଲେ ନମିତା ପଟେଲ ଓ ଲଳିତ ଦେହୁରୀ। ଖବର ଅନୁଯାୟୀ, ଆଜି ସକାଳେ ନମିତା ନିଜ ଘରର ମାଟି କାନ୍ଥ ଭାଙ୍ଗିବା ପାଇଁ ଗାଁର ଲଳିତଙ୍କୁ ଡାକିଥିଲେ। ଲଳିତ କାନ୍ଥ ଭାଙ୍ଗୁଥିବା ବେଳେ ନମିତା ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ କାନ୍ଥଟି ଉଭୟଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଉଭୟ […]

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ବିଜାଡିହି ଠାରେ ଦୁଃଖଦ ଘଟଣା ଘଟିଛି। କାନ୍ଥ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକ ଦ୍ୱୟ ହେଲେ ନମିତା ପଟେଲ ଓ ଲଳିତ ଦେହୁରୀ।

ଖବର ଅନୁଯାୟୀ, ଆଜି ସକାଳେ ନମିତା ନିଜ ଘରର ମାଟି କାନ୍ଥ ଭାଙ୍ଗିବା ପାଇଁ ଗାଁର ଲଳିତଙ୍କୁ ଡାକିଥିଲେ। ଲଳିତ କାନ୍ଥ ଭାଙ୍ଗୁଥିବା ବେଳେ ନମିତା ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ କାନ୍ଥଟି ଉଭୟଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଉଭୟ କାନ୍ଥ ତଳେ ଚାପି ହୋଇ ଯାଇଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

 

About The Author: The Sakala