ଜୁଚୁନି, ରାଜମା ଓ ରଙ୍ଗିନ ପନିପରିବା ଚାଷ କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟ ପରିବାରଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି ଯୁଯୁମୁରାର ଶଙ୍ଖଜିନୀ

ସମ୍ୱଲପୁର(ଶୁଭାଶିଷ ପାଢ଼ୀ): ଶଙ୍ଖଜିନୀଙ୍କ କହିବା ଅନୁସାରେ ସେ ସ୍ୱାବଲମ୍ବୀ ହେବାକୁ ମନ କରିଥିଲେ। ଘରେ ଏକ ଗ୍ରୋସରୀ ଦୋକାନ କରିଥିଲେ। ଜେରକ୍ସ ମେସିନ ସହ ଖଲିଦନା ତିଆରି ମେସିନ ମଧ୍ୟ ବସାଇଥିଲେ। ସେଥିରୁ କିଛି ଅର୍ଥ ରୋଜଗାର ଆରମ୍ଭ ହେଲା। ପରେ ପରିବାର କରୁଥିବା ଚାଷ ଦେଖି ସେ ମଧ୍ୟ ମନ ବଳାଇଥିଲେ ଓ ଚାଷକାମକୁ ଆପଣେଇ ନେଇଥିଲେ। ସମ୍ୱଲପୁର ଜିଲା ଯୁଯୁମୁରା ବ୍ଲକ ଠାକୁରମାଲ ଗ୍ରାମର ଶଙ୍ଖଜିନୀ ପଟେଲ। ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ଏକ ଚାଷୀ […]

ସମ୍ୱଲପୁର(ଶୁଭାଶିଷ ପାଢ଼ୀ): ଶଙ୍ଖଜିନୀଙ୍କ କହିବା ଅନୁସାରେ ସେ ସ୍ୱାବଲମ୍ବୀ ହେବାକୁ ମନ କରିଥିଲେ। ଘରେ ଏକ ଗ୍ରୋସରୀ ଦୋକାନ କରିଥିଲେ। ଜେରକ୍ସ ମେସିନ ସହ ଖଲିଦନା ତିଆରି ମେସିନ ମଧ୍ୟ ବସାଇଥିଲେ। ସେଥିରୁ କିଛି ଅର୍ଥ ରୋଜଗାର ଆରମ୍ଭ ହେଲା। ପରେ ପରିବାର କରୁଥିବା ଚାଷ ଦେଖି ସେ ମଧ୍ୟ ମନ ବଳାଇଥିଲେ ଓ ଚାଷକାମକୁ ଆପଣେଇ ନେଇଥିଲେ।

ସମ୍ୱଲପୁର ଜିଲା ଯୁଯୁମୁରା ବ୍ଲକ ଠାକୁରମାଲ ଗ୍ରାମର ଶଙ୍ଖଜିନୀ ପଟେଲ। ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ଏକ ଚାଷୀ ପରିବାରେ ବିବାହ ହୋଇଥିଲେ। ବିବାହ ସମୟରେ ସ୍ୱାମୀ ଓ ଶ୍ୱଶୁର କେବଳ ଧାନ ଚାଷ କରି ପରିବାର ପୋଷଣ କରୁଥିଲେ। ରୋଗପୋକ ଓ ପ୍ରାକୃତିକ ବିପର୍ଯ୍ୟୟରେ ଫସଲ ନଷ୍ଟ ହେଉଥିଲା। ଖର୍ଚ୍ଚାନ୍ତ ହେଉଥିଲେ, କ୍ଷତି ସହୁଥିଲେ। ବାରମ୍ବାର ଏଭଳି ହେବା ପରେ ସ୍ୱାମୀଙ୍କୁ ଚାଷ ବିବିଧତା ସମ୍ପର୍କରେ କହିଥିଲେ। ଧାନ ସହିତ ପନିପରିବା, ଶାଗ, ଡାଲି ଜାତୀୟ ଫସଲ ଚାଷ କରିବାକୁ ଉତ୍ସାହିତ କରିଥିଲେ। ନିଜେ ମଧ୍ୟ ୨୦୧୦ ମସିହାରୁ ଚାଷ କରିବାକୁ ଓହ୍ଳାଇଥିଲେ। ସ୍ୱାମୀଙ୍କୁ ପୂରା ସହଯୋଗ କରିଥିଲେ। ଧିରେ ଧୀରେ ସମୟ ବିତିଯାଇଛି। ସମୟ ସହିତ ଚାଷ କରିବା ପ୍ରଣାଳୀ ଓ ଫସଲରେ ପରିବର୍ତ୍ତନ ହୋଇଛି। ବଜାର ଚାହିଦା ଅନୁସାରେ ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ଏବେ ଶଙ୍ଖଜୀନି ଜୁଚୁନୀ, ରାଜମା, ରଙ୍ଗିନ ପନିପରିବା, ମୁଗ, ଶାଗ, ଡାଲି ଜାତୀୟ ଫସଲ କରି ବେଶ ଲାଭବାନ ହୋଇପାରୁଛନ୍ତି। ତାଙ୍କର ଉତ୍ପାଦିତ ଫସଲ ନିଜେ ତାଙ୍କ ସ୍ୱାମୀ ନେଇ ସହରରେ ବିକ୍ରି କରୁଛନ୍ତି। ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟପରିବାରଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି।

ଶଙ୍ଖଜୀନିଙ୍କ କହିବା ଅନୁସାରେ ସେ ଗ୍ରାମର ଶୁଭଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ। ମିଶନ ଶକ୍ତିରେ ସାମିଲ ହେବା ପରେ ସରକାରଙ୍କ ପକ୍ଷରୁ ସହାୟତା ମିଳିବା ଆରମ୍ଭ ହୋଇଥିଲା। ଉଦ୍ୟାନ କୃଷି, କୃଷି, ଚିପିଲିମା କୃଷି ବିଜ୍ଞାନ କେନ୍ଦ୍ର ସହିତ ସିଧାସଳଖ ଯୋଡ଼ି ହୋଇଥିଲେ। ସେମାନଙ୍କ ପରାମର୍ଶ କ୍ରମେ ଅଣମୌସୁମୀ ଚାଷ କରି ଅଧିକ ରୋଜଗାର କରିପାରୁଛନ୍ତି। ବଜାରରେ ଯେଉଁ ପରିବାର ଅଧିକ ଦର ରହେ ତାହା ଚାଷ କରନ୍ତି। ଏବେ ରାଜମା, ଜୁଚୁନୀ, ରଙ୍ଗିନ କୋବି ଚାଷ କରୁଛନ୍ତି। ରାଜମା ଓ ଜୁଚୁନୀ ଚାଷ ପାଇଁ ମଞ୍ଜି ଓ ପ୍ରଣାଳୀ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଗତବର୍ଷ ପରୀକ୍ଷାମୂଳକ ଭାବେ କରିଥିଲେ ଅମଳ ଭଲ ହୋଇଛି। ଏବେ ଅଧିକ ପରିମାଣ ଜମିରେ ଚାଷ କରିବେ। ଜୁଚୁନୀ ଗୋଟାକ ୩୦ଟଙ୍କାରେ ବିକ୍ରି ହୋଇଥିଲା। ଏହି କଖାରୁକୁ ତରକାରୀ କରି ଖାଇବା ସହ ସାଲାଡ୍‌‌ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ଏହି ଚାଷ ଆମ ସ୍ୱୟଂ ସହାୟକ ଗୋଷ୍ଠୀକୁ ଏକ ନୂତନ ପରିଚୟ ଦେଇଛି ବୋଲି କହିଥିଲେ।

ଏହାପୂର୍ବରୁ ବ୍ରୋକୋଲି ଚାଷ କରି ଉକ୍ତ ଗୋଷ୍ଠୀର ସଦସ୍ୟାମାନେ ଓ ଶଙ୍ଖଜିନୀ କୃଷି ବିଭାଗ ଦ୍ୱାରା ପୁରସ୍କୃତ ହୋଇସାରିଛନ୍ତି। ୨୦୨୦ରୁ ଗୋଷ୍ଠୀର ମା’ ଶୁଭଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଚାଷରେ ସହଯୋଗ କରିଥିଲେ। ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ପ୍ରଦର୍ଶନୀରେ ସଦସ୍ୟାମାନଙ୍କ ଦ୍ୱାରା ଚାଷ କରାଯାଇଥିବା ବ୍ରୋକୋଲି ସହ ରଙ୍ଗୀନ କୋବିର ବେଶ ଚାହିଦା ଥିଲା। କାରଣ ଜୈବିକ ପଦ୍ଧତିରେ ସମସ୍ତ ଚାଷ ହୋଇଥିଲା। ନିଜ ଉଦ୍ୟମରେ ଶଙ୍ଖଜିନୀ ଚାଷରେ ବେଶ୍‌‌ ସଫଳ ହୋଇପାରିଛନ୍ତି। ଉପଯୁକ୍ତ ତାଲିମ୍‌‌ ନେବା ପାଇଁ କଲିକତା, ଦିଲ୍ଳୀ ଭଳି ଅନ୍ୟ ରାଜ୍ୟକୁ ପରିଦର୍ଶନ କରି ନୂତନ ପ୍ରଣାଳୀରେ ଚାଷ ଉପରେ ତାଲିମ ନେଇଛନ୍ତି। ଶଙ୍ଖଜିନୀ ଓ ତାଙ୍କ ଗୋଷ୍ଠୀ ଚାଷରେ କୃଷି ଯନ୍ତ୍ରପାତି ନୂତନ ଜ୍ଞାନ କୌଶଳରେ ଚାଷ କରି ରାଜ୍ୟ ସରକାରଙ୍କ ପାଖରୁ ମଧ୍ୟ ପୁରସ୍କାର ପାଇଛନ୍ତି। ଗତବର୍ଷ ଠାରୁ କୃଷିମିତ୍ର ଭାବେ କାର୍ଯ୍ୟ କରୁଥିବା ଶଙ୍ଖଜିନୀ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଭୁବନେଶ୍ୱରରେ ଦୂରଦର୍ଶନ କେନ୍ଦ୍ରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଭିଡିଓ କନଫରେସିଂ ଯୋଗେ ଆଲୋଚନା

About The Author: The Sakala