ବର୍ଷା ଅଭାବରୁ ମାଟି ଫାଟି ଆଁ କରିଛି ଧାନବିଲ

ସମ୍ବଲପୁର: ଚଳିତ ବର୍ଷ ଆବଶ୍ୟକ ପରିମାଣ ଠାରୁ କମ୍‍ ବର୍ଷା ହୋଇଛି। ଫଳରେ ଅଣଜଳସେଚିତ ଜମିରେ ଚାଷ କାମ ଆଗେଇ ପାରିନାହିଁ। କେବଳ ବର୍ଷା ଉପରେ ନିର୍ଭର କରିଥିବା ଚାଷୀ ଅନାବୃଷ୍ଟି ଯୋଗୁଁ ଚିନ୍ତିତ ହୋଇ ପଡ଼ିଛି। ଏଭଳି ସ୍ଥଳେ ସମ୍ବଲପୁର ଜିଲ୍ଲା ନାକଟିଦେଉଲ ବ୍ଲକର ସାହେବୀ, ବାଟଗାଁ, ଘୁସରା ମାଲ, ଶିମିଲିପାଲ ଓ ଗୋଗୁଆ ଗ୍ରାମରେ ବର୍ଷା ଅଭାବରୁ ଜମି ଫାଟି ଆଁ କରିଛି। ସେହିପରି ଯୁଯୁମୁରା ବ୍ଲକ ଅନ୍ତର୍ଗତ ଘେନୁପାଲି, ଛାମୁଣ୍ଡା, ମେଘପାଲ, ନ୍ୟୁ […]

ସମ୍ବଲପୁର: ଚଳିତ ବର୍ଷ ଆବଶ୍ୟକ ପରିମାଣ ଠାରୁ କମ୍‍ ବର୍ଷା ହୋଇଛି। ଫଳରେ ଅଣଜଳସେଚିତ ଜମିରେ ଚାଷ କାମ ଆଗେଇ ପାରିନାହିଁ। କେବଳ ବର୍ଷା ଉପରେ ନିର୍ଭର କରିଥିବା ଚାଷୀ ଅନାବୃଷ୍ଟି ଯୋଗୁଁ ଚିନ୍ତିତ ହୋଇ ପଡ଼ିଛି। ଏଭଳି ସ୍ଥଳେ ସମ୍ବଲପୁର ଜିଲ୍ଲା ନାକଟିଦେଉଲ ବ୍ଲକର ସାହେବୀ, ବାଟଗାଁ, ଘୁସରା ମାଲ, ଶିମିଲିପାଲ ଓ ଗୋଗୁଆ ଗ୍ରାମରେ ବର୍ଷା ଅଭାବରୁ ଜମି ଫାଟି ଆଁ କରିଛି। ସେହିପରି ଯୁଯୁମୁରା ବ୍ଲକ ଅନ୍ତର୍ଗତ ଘେନୁପାଲି, ଛାମୁଣ୍ଡା, ମେଘପାଲ, ନ୍ୟୁ ବରଗା ମାଲ ଆଦି ପଞ୍ଚାୟତରେ ଧାନବିଲ ଗୁଡିକ ବର୍ଷା ଅଭାବରୁ ସମାନ ଅବସ୍ଥା ସୃଷ୍ଟି ହୋଇଛି। କେତେକ ଜମିରେ ଏପର୍ଯ୍ୟନ୍ତ ବେଉଷଣ ହୋଇ ପାରିନାହିଁ। ସେମାନେ ଲଘୁଚାପ ଜନିତ ବର୍ଷାକୁ ଚାତକ ପକ୍ଷୀ ଭଳି ଅନେଇ ବସିଛନ୍ତି। ଚାଷୀଙ୍କ ବିଶେଷ କ୍ଷତି ହୋଇଥିବା ବେଳେ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ  ଦାବି ହୋଇଛି।

About The Author: The Sakala