ପାର୍ବଣ ପୂର୍ବରୁ ଟ୍ବିନ ସିଟି ବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା, ଅପରାଧୀକ କାର୍ଯ୍ୟକଳାପ ରୋକିବା ପାଇଁ ଟୋଲ ଫ୍ରି ନମ୍ବର ଜାରି

ଭୁବନେଶ୍ବର: ପାର୍ବଣ ପୂର୍ବରୁ ଟ୍ବିନ ସିଟି ବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛି କମିଶନରେଟ ପୁଲିସ । ଭୁବନେଶ୍ୱରରେ ବ୍ୟାପକ ହେଉଛି ଲେଟ ନାଇଟ ସେଫ ସିଟି ଡ୍ରାଇଭ। ଲକ୍ଷ୍ମୀସାଗର ଓ ନୟାପଲ୍ଲୀ ଅଞ୍ଚଳରେ ଅନ୍ଧାର ରାତିରେ ପାଟ୍ରୋଲିଂକୁ ବଢାଇ ଦିଆଯାଇଛି। ଗଳି କନ୍ଦିରେ କମିଶନରେଟ ପୁଲିସ ପଇଁତରା ମାରିଛି।  ଟିମ ୬୦, ସିଟିଏସ ଓ ପୁଲିସ ପକ୍ଷରୁ ସନ୍ଦେହଜନକ ସ୍ଥାନରେ ଛାପା ମରାଯାଉଛି।  ରାତି ୯ ଟା ଭିତରେ ଖଟିରେ ଚଢ଼ାଉ କରି ବର୍ତ୍ତମାନ ସୁଦ୍ଧା ୧୬ […]

ଭୁବନେଶ୍ବର: ପାର୍ବଣ ପୂର୍ବରୁ ଟ୍ବିନ ସିଟି ବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛି କମିଶନରେଟ ପୁଲିସ । ଭୁବନେଶ୍ୱରରେ ବ୍ୟାପକ ହେଉଛି ଲେଟ ନାଇଟ ସେଫ ସିଟି ଡ୍ରାଇଭ। ଲକ୍ଷ୍ମୀସାଗର ଓ ନୟାପଲ୍ଲୀ ଅଞ୍ଚଳରେ ଅନ୍ଧାର ରାତିରେ ପାଟ୍ରୋଲିଂକୁ ବଢାଇ ଦିଆଯାଇଛି। ଗଳି କନ୍ଦିରେ କମିଶନରେଟ ପୁଲିସ ପଇଁତରା ମାରିଛି।  ଟିମ ୬୦, ସିଟିଏସ ଓ ପୁଲିସ ପକ୍ଷରୁ ସନ୍ଦେହଜନକ ସ୍ଥାନରେ ଛାପା ମରାଯାଉଛି।  ରାତି ୯ ଟା ଭିତରେ ଖଟିରେ ଚଢ଼ାଉ କରି ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କୁ ଧରିଛି ପୁଲିସ ।

ରେସିଡେଣ୍ଟାଲ ଏରିଆରେ ଆସାମାଜିକଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯାଇଛି। ଷ୍ଟ୍ରିଟ କ୍ରାଇମ ନିପାତ ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି।  କୌଣସି ଅପରାଧୀକ କାର୍ଯ୍ୟକଳାପ ନଜରକୁ ଆସିଲେ ୭୦୭୭୭୯୮୧୧୧ କୁ କଲ କରିବାକୁ ଅନୁରୋଧ କରିଛି କମିଶନରେଟ ପୁଲିସ ।

About The Author: The Sakala