ସ୍କୁଟି ଡିକି ଭାଙ୍ଗି ନେଇଗଲେ ୫୦ ହଜାର ଟଙ୍କା, ସିସିଟିଭିରେ କଏଦ ହେଲେ ଅଭିଯୁକ୍ତ

କେନ୍ଦ୍ରାପଡା/ରାଜକନିକା: ସ୍କୁଟି ଡିକି ଭାଙ୍ଗି ଦୁର୍ବୁତ୍ତ ଲୁଟିନେଲେ ୫୦ ହଜାର ଟଙ୍କା । ଏହିଭଳି ଏକ ଘଟଣା ରାଜକନିକା ଥାନା ଅଧିନ କଣ୍ଟପଡା ବଜାରରେ ଦେଖିବାକୁ ମିଳିଛି । ଅଭିଯୋଗ ମୁତାବକ, ଅଶୋକ ବଜାର ସ୍ଥିତ ଷ୍ଟେଟ ବ୍ୟାଙ୍କରୁ ପ୍ରଜ୍ଞା ପରମିତା ସାହୁ ନାମ୍ନୀ ଜଣେ ଯୁବତୀ ନିଜର ଘର ନିର୍ମାଣ ନେଇ ୫୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଘରକୁ ଫେରିବା ବେଳେ କଣ୍ଟପଡା ବଜାରରେ କିଛି ଜିନିଷ କିଣିବାକୁ ସ୍କୁଟିଟିକୁ ବାହାରେ ରଖି […]

କେନ୍ଦ୍ରାପଡା/ରାଜକନିକା: ସ୍କୁଟି ଡିକି ଭାଙ୍ଗି ଦୁର୍ବୁତ୍ତ ଲୁଟିନେଲେ ୫୦ ହଜାର ଟଙ୍କା । ଏହିଭଳି ଏକ ଘଟଣା ରାଜକନିକା ଥାନା ଅଧିନ କଣ୍ଟପଡା ବଜାରରେ ଦେଖିବାକୁ ମିଳିଛି ।

ଅଭିଯୋଗ ମୁତାବକ, ଅଶୋକ ବଜାର ସ୍ଥିତ ଷ୍ଟେଟ ବ୍ୟାଙ୍କରୁ ପ୍ରଜ୍ଞା ପରମିତା ସାହୁ ନାମ୍ନୀ ଜଣେ ଯୁବତୀ ନିଜର ଘର ନିର୍ମାଣ ନେଇ ୫୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଘରକୁ ଫେରିବା ବେଳେ କଣ୍ଟପଡା ବଜାରରେ କିଛି ଜିନିଷ କିଣିବାକୁ ସ୍କୁଟିଟିକୁ ବାହାରେ ରଖି ଏକ ଦୋକାନ ଭିତରକୁ ଯାଇଥିଲେ । ଫେରିଲା ବେଳକୁ ସ୍କୁଟି ଡିକି ଭାଙ୍ଗି କେହି ଟଙ୍କା ନେଇଯାଇଥିବା ଦେଖିବାକୁ ପାଇଥିଲେ। ପ୍ରଜ୍ଞା ଜୋରରେ ପାଟି କରିବାରୁ ବଜାରର ଲୋକେ ରୁଣ୍ଡ ହୋଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବଜାରରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲେ। ସିସିଟିଭିରେ ଅଭିଯୁକ୍ତ ଦ୍ବୟ କଏଦ ହୋଇଛନ୍ତି। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।

About The Author: The Sakala