ଅନଲାଇନ୍ କ୍ରିକେଟ ବେଟିଂ ରାକେଟ୍ ବିରୋଧରେ ରାଉରକେଲା ପୋଲିସର ଚଢ଼ାଉ, ୫ ଅଟକ

ରାଉରକେଲା: ରାଉରକେଲାରେ ଟି-ଟ୍ବେଣ୍ଟି ବିଶ୍ବକପ୍ କ୍ରିକେଟ ଅନଲାଇନ୍ ବେଟିଂ ଅଭିଯୋଗରେ ଏକାଧିକ ସ୍ଥାନରେ ପୋଲିସର ରେଡ୍ । ଆଜି ସକାଳୁ ପୋଲିସର ଏକ ସ୍ୱତନ୍ତ୍ର ଟିମ ପ୍ଲାଣ୍ଟସାଇଟ୍, ଉଦିତ ନଗର, ରଘୁନାଥ ପାଲି,ବ୍ରାହ୍ମଣୀ ତରଙ୍ଗ ଓ ଟାଙ୍ଗରପାଲି ଥାନା ସମେତ ବିଭିନ୍ନ ଅଞ୍ଚଳରେ ରେଡ୍ କରିଛି । ରେଡ୍ ବେଳେ ପ୍ରାରମ୍ଭିକ ତଦନ୍ତରେ ସେମାନଙ୍କର ‘ବେନାମୀ ଆକାଉଣ୍ଟ’ ପ୍ରଦାନକାରୀ ଏବଂ ହାୱାଲା ଅପେରେଟରମାନଙ୍କ ସହ ନେଟୱର୍କ ଥିବା ତଥ୍ୟ ମିଳିଛି। ଏହା ମାଧ୍ୟମରେ ଅବୈଧ ଟଙ୍କା ଆଦାନ ପ୍ରଦାନ କରାଯାଉଥିବା ପ୍ରମାଣ ମିଳିଛି। ଏପର୍ଯ୍ୟନ୍ତ ୨୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଅନ୍ୟାନ୍ୟ ଆର୍ଥିକ କାରବାର, ବ୍ୟାଙ୍କ ଖାତା ଏବଂ ଡିଜିଟାଲ ତଥ୍ୟ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି । ୫ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅନ୍ୟାନ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ଚଢ଼ାଉ ଜାରି ରହିଛି।

About The Author: Madhusudan Das