ବୃଦ୍ଧଙ୍କ ମୃତଦେହ ଉଦ୍ଧାର ; ହତ୍ଯା ନେଇ ପ୍ରାଥମିକ ତଦନ୍ତରୁ ସନ୍ଦେହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା  ନିଜିଗଡ ତାପଙ୍ଗ ହାତିଆ ମୁଣ୍ଡିଆ ପାହାଡ ନିକଟରେ ଥିବା ଏକ ମନ୍ଦିର ପଛପଟୁ ସଦର ପୁଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ତାପଙ୍ଗ ଗ୍ରାମ ବାଘଟାଙ୍ଗି ସାହିର ରାଉଳ ନାୟକ(୫୫)। ଖବର ପାଇ ଏସପି ରାଜକିଶୋର ଦୋରା, ସଦର ଏସଡିପିଓ ସୁଶିଲ କୁମାର ମିଶ୍ର, ଥାନାଧିକାରୀ ଅନିତା ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ବୃଦ୍ଧ ରହୁ ଥିବା ଘରେ ରକ୍ତଛିଟା ପଡିଛି। […]

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା  ନିଜିଗଡ ତାପଙ୍ଗ ହାତିଆ ମୁଣ୍ଡିଆ ପାହାଡ ନିକଟରେ ଥିବା ଏକ ମନ୍ଦିର ପଛପଟୁ ସଦର ପୁଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ତାପଙ୍ଗ ଗ୍ରାମ ବାଘଟାଙ୍ଗି ସାହିର ରାଉଳ ନାୟକ(୫୫)। ଖବର ପାଇ ଏସପି ରାଜକିଶୋର ଦୋରା, ସଦର ଏସଡିପିଓ ସୁଶିଲ କୁମାର ମିଶ୍ର, ଥାନାଧିକାରୀ ଅନିତା ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ବୃଦ୍ଧ ରହୁ ଥିବା ଘରେ ରକ୍ତଛିଟା ପଡିଛି। ତାଙ୍କୁ କହି ଦୁବୃର୍ତ୍ତ ମାରିଥିବା ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ରାଉଳ ନାୟକ ଏକାକୀ ରହୁଛନ୍ତି। ମୁଣ୍ଡିଆ ପଥର ଖଣିରେ ଶ୍ରମିକ ଭାବେ କାମ କରୁଥିବା ଜଣାପଡିଛି। ଗୁରୁବାର ଭୋର ସମୟରେ ତାଙ୍କ ମୃତଦେହ ପଡିଥିବା ଦେଖି ପୁଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ।

About The Author: The Sakala