ପାଟଣାଗଡ: ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଛକ ପାଖରେ ଥିବା ଅମୃତ ଧାରରୁ ବାହାରିଲା ପାଣି। ଦୀର୍ଘ ଦିନ ଧରି ଅମୃତଧାରା ପ୍ରକଳ୍ପଟି ଅଚଳ ହୋଇପଡ଼ିଥିବା ନେଇ ‘ସକାଳ’ ଖବର କାଗଜରେ ଗତ ଶୁକ୍ରବାର ଦିନ ଖବର ପ୍ରକାଶିତ ହୋଇଥିଲା। ଏହାପରେ ଖବରକୁ ନେଇ ବରଗଡ ଜିଲ୍ଲା ଟେମେରୀ ଗ୍ରାମର ଦୀପା ବାରିକ ରାଜ୍ୟ ସରକାରଙ୍କ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଟୁଇଟ୍ କରି ଜଣାଇଥିଲେ। ଟୁଇଟ୍ ପରେ ବିଭାଗୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ ବେଉରାଙ୍କୁ ଘଟଣାର ତଦନ୍ତକରି ସୂଚନା ଦେବାକୁ ନିର୍ଦେଶ ଦେଇଥିଲେ। ବର୍ତ୍ତମାନ ଏହି ପ୍ରକଳ୍ପକୁ ମରାମତି କରାଯିବା ପରେ ଅମୃତ ଧାରଟି କାର୍ଯ୍ୟ କରୁଥିବା ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି।
ସକାଳ ପ୍ରଭାବ: ମରାମତି ହେଲା ଅମୃତ ଧାରା
ପାଟଣାଗଡ: ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଛକ ପାଖରେ ଥିବା ଅମୃତ ଧାରରୁ ବାହାରିଲା ପାଣି। ଦୀର୍ଘ ଦିନ ଧରି ଅମୃତଧାରା ପ୍ରକଳ୍ପଟି ଅଚଳ ହୋଇପଡ଼ିଥିବା ନେଇ ‘ସକାଳ’ ଖବର କାଗଜରେ ଗତ ଶୁକ୍ରବାର ଦିନ ଖବର ପ୍ରକାଶିତ ହୋଇଥିଲା। ଏହାପରେ ଖବରକୁ ନେଇ ବରଗଡ ଜିଲ୍ଲା ଟେମେରୀ ଗ୍ରାମର ଦୀପା ବାରିକ ରାଜ୍ୟ ସରକାରଙ୍କ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଟୁଇଟ୍ କରି ଜଣାଇଥିଲେ। ଟୁଇଟ୍ ପରେ ବିଭାଗୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ […]