ବର୍ଷା ବିତ୍ପାତ: ବଢୁଛି ନଦୀ, ୬ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ରାୟଗଡ଼ା/ କୋଷାଗୁମୁଡା: ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଳକରେ ଦୁଇଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଏଠାରେ ପ୍ରବାହିତ ଦୁଇ ବଡ଼ ନଦୀ ଇନ୍ଦ୍ରାବତୀ, ଭାସ୍କେଲ ନଦୀ ଓ ଶାଖାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ସନ୍ଧ୍ୟା ସୁଦ୍ଧା ଭାସ୍କେଲ ନଦୀର ଜଳସ୍ତର ବିପଦସ୍ତର ଠାରୁ ପ୍ରାୟ ସାଢେ ଦୁଇଫୁଟ ତଳେ ପ୍ରବାହିତ ହେଉଥିବାରୁ ଅବବାହିକାରେ ଥିବା ଗାଁ ଗୁଡିକରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ କୋଷାଗୁମୁଡ଼ା ପଞ୍ଚାୟତ ଓ ବିଏମ୍‍ ସେମଳା ପଞ୍ଚାୟତର କେରାଣ୍ଡିମାଳ […]

ରାୟଗଡ଼ା/ କୋଷାଗୁମୁଡା: ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଳକରେ ଦୁଇଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଏଠାରେ ପ୍ରବାହିତ ଦୁଇ ବଡ଼ ନଦୀ ଇନ୍ଦ୍ରାବତୀ, ଭାସ୍କେଲ ନଦୀ ଓ ଶାଖାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ସନ୍ଧ୍ୟା ସୁଦ୍ଧା ଭାସ୍କେଲ ନଦୀର ଜଳସ୍ତର ବିପଦସ୍ତର ଠାରୁ ପ୍ରାୟ ସାଢେ ଦୁଇଫୁଟ ତଳେ ପ୍ରବାହିତ ହେଉଥିବାରୁ ଅବବାହିକାରେ ଥିବା ଗାଁ ଗୁଡିକରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ କୋଷାଗୁମୁଡ଼ା ପଞ୍ଚାୟତ ଓ ବିଏମ୍‍ ସେମଳା ପଞ୍ଚାୟତର କେରାଣ୍ଡିମାଳ ଓ ରୁନିଗୁଡା ଗ୍ରାମର ଥିବା ବିଜୁସେତୁର ଡାଇଭର୍ସନ ପୋଲ ପୁଣିଥରେ ବନ୍ୟାଜଳରେ ଧୋଇ ହୋଇଯାଇଛି। ପୂର୍ବରୁ ଏହି ଡାଇଭର୍ସନ ପୋଲ ଗତ ମାସରେ ଲଗାଣ ବର୍ଷା ଯୋଗୁଁ ଧୋଇ ହୋଇଯାଇଥିଲା। ଫଳରେ ପ୍ରାୟ ୨୧ ଦିନ ପର୍ଯ୍ୟନ୍ତ କୋଷାଗୁମୁଡ଼ା ସଦର ମହକୁମା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ହେଲେ ଏବେ ପୁଣିଥରେ ରବିବାର ଉକ୍ତ ଡାଇଭର୍ସନ ରାସ୍ତା ବନ୍ୟାରେ ଭାସିଯିବାରୁ ଉକ୍ତ ୬ଖଣ୍ଡ ଗ୍ରାମବାସୀ ପୁଣି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି। ଅନ୍ୟପଟେ ଏଥିପାଇଁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ବ୍ଲକ୍‍ ପ୍ରଶାସନ ପକ୍ଷରୁ ଏଥିପାଇଁ ସଜାଗ ରହିବା ସହ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ଆଲୋଚନା ଚାଲିଥିବା ଜଣାପଡ଼ିଛି। ସେହିପରି ରାୟଗଡ଼ାରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ନଦୀ ଉପର ମୁଣ୍ଡରୁ ପ୍ରବଳ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଝଞ୍ଜାବତୀ ନଦୀରେ ନିର୍ମିତ ହୋଇଥିବା ଅସ୍ଥାୟୀ କାଠ ପୋଲ ଭାସିଯାଇଛି। ଫଳରେ ପାଡୋମାରୀ ଗାଁ ଓ କୁମ୍ଭିକୋଟା ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଉପର ମୁଣ୍ଡରେ ଶୁକ୍ରବାର ରାତ୍ରିରୁ ବର୍ଷା ଲାଗି ରହିଥିବାରୁ ଝଞ୍ଜାବତୀ ନଦୀର ପ୍ରଖର ସ୍ରୋତରେ ପାଣି ପ୍ରବାହିତ ହୋଇଥିଲା। ପଳରେ ଗାଁ ଲୋକଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲଟି ଭାସିଯାଇଥିଲା।

About The Author: The Sakala