ନାଗାବଳୀ ନଦୀରେ ବୁଡି ୨ ନାବାଳକଙ୍କ ମୃତ୍ୟୁ

The Sakala Picture
Published On

ରାୟଗଡ଼: ଆଜି ଅକାଳରେ ଚାଲି ଯାଇଛି ଦୁଇଟି ନିରହୀ ଜୀବନ। ଦୁଇ ସାଙ୍ଗ ଆଖି ଆଗରେ ନାଗାବଳୀ ନଦୀରେ ବୁଡି ପ୍ରାଣ ହରାଇଛନ୍ତି ଦୁଇ ଜଣ ନାବାଳକ। ଏମତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହର ଉପକଣ୍ଠ ଝୁଲାପୋଲ ତଳେ ପ୍ରବାହିତ ହେଉଥିବା ନାଗାବଳୀ ନଦୀରେ। ଏହି ନଦୀର ପ୍ରଖର ସ୍ରୋତ ଏବଂ ଗଭୀରରେ ବୁଡି ଯାଇ ଦୁଇ ଜଣ ସାଙ୍ଗଙ୍କ ଜୀବନ ଯାଇଛି । ମୃତକ ହେଲେ ସିଏଚ.ଭାର୍ଗଭ ଚରଣ ଓ ଶ୍ରୀନୁ […]

ରାୟଗଡ଼: ଆଜି ଅକାଳରେ ଚାଲି ଯାଇଛି ଦୁଇଟି ନିରହୀ ଜୀବନ। ଦୁଇ ସାଙ୍ଗ ଆଖି ଆଗରେ ନାଗାବଳୀ ନଦୀରେ ବୁଡି ପ୍ରାଣ ହରାଇଛନ୍ତି ଦୁଇ ଜଣ ନାବାଳକ। ଏମତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହର ଉପକଣ୍ଠ ଝୁଲାପୋଲ ତଳେ ପ୍ରବାହିତ ହେଉଥିବା ନାଗାବଳୀ ନଦୀରେ। ଏହି ନଦୀର ପ୍ରଖର ସ୍ରୋତ ଏବଂ ଗଭୀରରେ ବୁଡି ଯାଇ ଦୁଇ ଜଣ ସାଙ୍ଗଙ୍କ ଜୀବନ ଯାଇଛି । ମୃତକ ହେଲେ ସିଏଚ.ଭାର୍ଗଭ ଚରଣ ଓ ଶ୍ରୀନୁ କୁମାର ୟାଦବ। ଉଭୟ ରାୟଗଡ଼ା ସହରର ଇଂଲିଶ ମିଡିୟମ ସ୍କୁଲ ଦୀପ୍ତି କନଭେଂଟରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣାପଡିଛି। ତେବେ ଜଣଙ୍କ ଘର ସାଇପ୍ରିୟା ନଗରର ରିଲାଏନ୍ସ ପେଟ୍ରୋଲ ପମ୍ପ ଏବଂ ଅନ୍ୟ ଜଣଙ୍କ ରାଣୀଗୁଡା ଫାର୍ମ ଅଂଚଳର ବୋଲି ଜଣାପଡିଛି । ଘଟଣାସ୍ଥଳରେ ରାୟଗଡ଼ା ଅଗ୍ନିଶମ ବାହିନୀ ପଂହଚି ନଦୀର ଗର୍ଭରୁ ମୃତ ଭାର୍ଗଭ ଓ ଶ୍ରୀନୁ ର ମୃତ ଦେହ ଉଦ୍ଧାର କରିଥିଲେ । ଅଗ୍ନିଶମ ବାହିନୀ ପୋଲିସକୁ ଏ ନେଇ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପଂହଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବେଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲ୍ୟାବ୍ ଟେକ୍ନିସିଆନଙ୍କ ସନ୍ଦେହଜନକ ମୃତ୍ୟୁ, ପକେଟରୁ ମିଳିଲା ଇଞ୍ଜେକ୍ସନ

ଏ ନେଇ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଦୁଇ ଜଣ ସାଙ୍ଗ ଜନ୍ମେଜୟ ଓ ଭବେଶଙ୍କ କହିବାନୁଯାୟୀ, ଆଜି ଅପରାହ୍ନ ୪ଟା ସମୟରେ ଶ୍ରୀନୁ ଓ ଭାର୍ଗଭ ଦୁଇ ଜଣ ସାଙ୍ଗ ସାଇକେଲ ଯୋଗ ତାଙ୍କ ଅନ୍ୟ ଦୁଇଜଣ ସାଙ୍ଗ ତଥା ସହପାଠୀ ଜନ୍ମେଜୟ ସାଉଁତା ଏବଂ ଏନ.ଭବେଶଙ୍କ ସହ ମିଶି ୪ଜଣ ଝୁଲା ବ୍ରିଜ ବୁଲିବାକୁ ଆସିଥିଲେ । ବ୍ରିଜ ତଳକୁ ଓହ୍ଳାଇ ସେମାନେ ବଡ ବଡ ପଥର ଚଟାଣ ନିକଟକୁ ଆସିଥିଲେ । ଯେଉଁ ପାଖରେ ନଦୀର ପ୍ରଖର ସ୍ରୋତ ପ୍ରବାହିତ ହେଉଥିଲା । ଜନ୍ମେଜୟ ଏବଂ ଭବେଶ ପଥର ଉପରେ ରହିଥିବା ବେଳେ ଭାର୍ଗଭ ଓ ଶ୍ରୀନୁ ଦୁହେଁ ପଥର ତଳକୁ ଯାଇଥିଲେ । ଶିଉଳିଆ ପଥର ନିକଟରେ ଏକ ବଲ ପଡିଥିବା ବେଳେ ଉକ୍ତ ବଲକୁ ଆଣିବା ପାଇଁ ଭାର୍ଗଭ ଯାଇଥିବା ବେଳେ ତା ପାଦ ଖସି ଯାଇ ନଦୀର ପ୍ରଖର ସ୍ରୋତରେ ସେ ଭାସିଯାଉଥିଲା ସେହି ସମୟରେ ପାଖରେ ଠିଆ ହୋଇଥିବା ଶ୍ରୀନୁ ସାଙ୍ଗ ଭାର୍ଗଭକୁ ବଂଚାଇବାକୁ ଯାଇ ହାତ ବଢେଇଥିବା ବେଳେ ସେ ମଧ୍ୟ ଖସିପଡି ନଦୀରେ ବୁଡି ଯାଇଥିଲା

ଆହୁରି ପଢ଼ନ୍ତୁ: ପୋଖରୀରୁ ମାଛ ଧରିବାକୁ ନେଇ ଗୋଷ୍ଠୀ ସଂଘର୍ଷ: ଏକାଧିକ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର