ରାସ୍ତା ଉପରେ ଯାତ୍ରୀବାହି ବସକୁ ଆକ୍ରମଣ କଲା ଦନ୍ତାହାତୀ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

The Sakala Picture
Published On

ରାୟଗଡ଼ା: ରାସ୍ତା ମଝିରେ ହଙ୍ଗାମା କଲେ ଗଜରାଜ । ଚଳନ୍ତା ବସକୁ ଅଟକାଇ ଆକ୍ରମଣ କଲା ହାତୀ । ବସ ଭିତରେ ଯାତ୍ରୀ ଥିବା ବେଳେ ବାହାରପଟୁ ଆକ୍ରମଣ କରି ଗାଡିର ସାମ୍ନାପଟ କାଚ ଭାଙ୍ଗି ଦେଇଛି ଦନ୍ତା । ରାୟଗଡ଼ା ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର କମରଡ଼ା ରାସ୍ତାରେ ଏହି ଘଟଣା ଘଟିଛି । ବସ୍ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ । କିଛି ଯାତ୍ରୀ ବସରୁ ଓହ୍ଲାଇ ଏଣେତେଣେ ଧାଇଁଥିଲେ । ତେବେ ବସ୍‌ ଡ୍ରାଇଭରର […]

ରାୟଗଡ଼ା: ରାସ୍ତା ମଝିରେ ହଙ୍ଗାମା କଲେ ଗଜରାଜ । ଚଳନ୍ତା ବସକୁ ଅଟକାଇ ଆକ୍ରମଣ କଲା ହାତୀ । ବସ ଭିତରେ ଯାତ୍ରୀ ଥିବା ବେଳେ ବାହାରପଟୁ ଆକ୍ରମଣ କରି ଗାଡିର ସାମ୍ନାପଟ କାଚ ଭାଙ୍ଗି ଦେଇଛି ଦନ୍ତା । ରାୟଗଡ଼ା ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର କମରଡ଼ା ରାସ୍ତାରେ ଏହି ଘଟଣା ଘଟିଛି । ବସ୍ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ । କିଛି ଯାତ୍ରୀ ବସରୁ ଓହ୍ଲାଇ ଏଣେତେଣେ ଧାଇଁଥିଲେ । ତେବେ ବସ୍‌ ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁଁ ବସର ଅନ୍ୟ ଯାତ୍ରୀମାନେ ରକ୍ଷା ପାଇଗଲେ । ଡ୍ରାଇଭର ବସ୍‌ ଟିକୁ ପଛୁଆ ନେଇ ଯିବା ଫଳରେ ହାତୀ ଆଉ ଆଗକୁ ଯାଇ ନ ଥିଲା ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ବସଟି ରାୟଗଡ଼ାରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଯିବା ସମୟରେ ଏଭଳି ଘଟିଛି । ରାୟଗଡ଼ା ଠାରୁ ବିଜୟଦୁର୍ଗା ନାମକ ଘରୋଇ ବସ୍ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ଯାଉଥିବା ବେଳେ ହଠାତ ଏକ ଦନ୍ତାହାତୀ ରାସ୍ତା ଉପରକୁ ମାଡି ଆସିଥିଲା । ଫଳରେ ରାସ୍ତା ଉପରେ ବସ୍ ଅଟକି ରହିଥିଲା । ସେହି ସମୟରେ ହାତୀଟି ଉଗ୍ର ରୂପ ଧାରଣ କରି ବସ୍‌ର ସାମ୍ନାକୁ ଆସି ବସ୍‌ର କାଚ ଭାଙ୍ଗି ଦେଇଥିଲା ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

04 Sep 2023 By The Sakala

ରାସ୍ତା ଉପରେ ଯାତ୍ରୀବାହି ବସକୁ ଆକ୍ରମଣ କଲା ଦନ୍ତାହାତୀ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାୟଗଡ଼ା: ରାସ୍ତା ମଝିରେ ହଙ୍ଗାମା କଲେ ଗଜରାଜ । ଚଳନ୍ତା ବସକୁ ଅଟକାଇ ଆକ୍ରମଣ କଲା ହାତୀ । ବସ ଭିତରେ ଯାତ୍ରୀ ଥିବା ବେଳେ ବାହାରପଟୁ ଆକ୍ରମଣ କରି ଗାଡିର ସାମ୍ନାପଟ କାଚ ଭାଙ୍ଗି ଦେଇଛି ଦନ୍ତା । ରାୟଗଡ଼ା ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର କମରଡ଼ା ରାସ୍ତାରେ ଏହି ଘଟଣା ଘଟିଛି । ବସ୍ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ । କିଛି ଯାତ୍ରୀ ବସରୁ ଓହ୍ଲାଇ ଏଣେତେଣେ ଧାଇଁଥିଲେ । ତେବେ ବସ୍‌ ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁଁ ବସର ଅନ୍ୟ ଯାତ୍ରୀମାନେ ରକ୍ଷା ପାଇଗଲେ । ଡ୍ରାଇଭର ବସ୍‌ ଟିକୁ ପଛୁଆ ନେଇ ଯିବା ଫଳରେ ହାତୀ ଆଉ ଆଗକୁ ଯାଇ ନ ଥିଲା ।

ବସଟି ରାୟଗଡ଼ାରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଯିବା ସମୟରେ ଏଭଳି ଘଟିଛି । ରାୟଗଡ଼ା ଠାରୁ ବିଜୟଦୁର୍ଗା ନାମକ ଘରୋଇ ବସ୍ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ଯାଉଥିବା ବେଳେ ହଠାତ ଏକ ଦନ୍ତାହାତୀ ରାସ୍ତା ଉପରକୁ ମାଡି ଆସିଥିଲା । ଫଳରେ ରାସ୍ତା ଉପରେ ବସ୍ ଅଟକି ରହିଥିଲା । ସେହି ସମୟରେ ହାତୀଟି ଉଗ୍ର ରୂପ ଧାରଣ କରି ବସ୍‌ର ସାମ୍ନାକୁ ଆସି ବସ୍‌ର କାଚ ଭାଙ୍ଗି ଦେଇଥିଲା ।

https://www.thesakala.in/latest-odisha-news/rayagada/elephant-atttack-on-a-passenger-bus-in-rayagada/article-25116
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର