ଆଜିଠୁ ବଢ଼ିବ ବର୍ଷା, ଦୁଇ ଦିନ ଜାରି ରହିବ ବର୍ଷାର ପ୍ରକୋପ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଦୁଇ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ୨୫ରୁ ବର୍ଷାର ପ୍ରକୋପ ଆହୁରି ବୃଦ୍ଧି ପାଇବ। ଆସନ୍ତା ୨୫ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଦ୍ୱାରା ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହିତ ବର୍ଷା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ଆଶଙ୍କା କରାଯାଉଥିବା ବେଳେ ଏହାଦ୍ୱାରା ଅଧିକାଂଶ […]

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଦୁଇ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ୨୫ରୁ ବର୍ଷାର ପ୍ରକୋପ ଆହୁରି ବୃଦ୍ଧି ପାଇବ। ଆସନ୍ତା ୨୫ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଦ୍ୱାରା ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହିତ ବର୍ଷା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ଆଶଙ୍କା କରାଯାଉଥିବା ବେଳେ ଏହାଦ୍ୱାରା ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ବାୟୁ ଚଳାଚଳର ପ୍ରକ୍ରିୟାରେ ପରିବର୍ତ୍ତନ ହେବା ହେତୁ ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ଏହି ସମୟରେ କିଛି ସ୍ଥାନରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ଆକଳନ କରାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ସୁନ୍ଦରଗଡ଼, ଝାରସୁଗଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର, ଗଜପତି ଓ ଗଞ୍ଜାମରେ ବିଜୁଳି ଘଡ଼ଘଡ଼ି ସହିତ ହାଲୁକା ବର୍ଷା ହୋଇପାରେ। ତେବେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ଏହି ସମୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ବୁଧବାର ସମାନ ସ୍ଥିତି ଜାରି ରହିବା ସହିତ ଗୁରୁବାରଠାରୁ ଅଞ୍ଚଳୱାରୀ ବର୍ଷା ବଢ଼ିବା ସହିତ ପ୍ରକୋପ ମଧ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ରାଜ୍ୟରେ ନିୟମିତ ଭାବେ ବର୍ଷା ସତ୍ତ୍ବେ ଏବେ ବି ରାଜ୍ୟରେ ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ଦକ୍ଷିଣ-ଉପକୂଳ ଓଡ଼ିଶାରେ ଏହି ସ୍ଥିତି ଉତ୍କଟ ହେତୁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ନ ଥିବାରୁ ସାରା ରାଜ୍ୟରେ ବର୍ଷାର ପ୍ରକୋପ ହ୍ରାସ ହୋଇଛି। କାଁ ଭାଁ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେଉଛି। ରାଜ୍ୟରେ ବର୍ତ୍ତମାନ ୧୧ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ପରିମାଣ ୨୦-୩୯ ପ୍ରତିଶତ ରହିଛି। ନବରଙ୍ଗପୁର ଜିଲ୍ଲାରେ ରାଜ୍ୟର ସବୁଠୁ ନିଅଣ୍ଟିଆ ସ୍ଥିତି ଅର୍ଥାତ ୩୯ ପ୍ରତିଶତ କମ୍‌‌ ବର୍ଷା ହୋଇଥିବା ବେଳେ ଗଞ୍ଜାମରେ ୩୧, କଳାହାଣ୍ଡିରେ ୩୨, କେନ୍ଦ୍ରାପଡ଼ାରେ ସ୍ୱାଭାବିକ ତୁଳନାରେ ୩୪ ପ୍ରତିଶତ କମ୍‌‌ ବର୍ଷା ରହିଛି।

About The Author: The Sakala