ନବୀନଙ୍କୁ ଭେଟିଲେ ରଘୁନାଥପୁର ଓ ଆନନ୍ଦପୁର ବିଜେଡି ଜନପ୍ରତିନିଧି

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମ୍ୟୁନିସିପାଲିଟିର ବିଜେଡି କାଉନ୍‌ସିଲର ଓ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି ଏବଂ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳର ବିଜେଡି ସଂଗଠକ, ଜନ ପ୍ରତିନିଧି ତଥା କର୍ମୀମାନେ ସୋମବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନବୀନ ନିବାସରେ ଏହି ସାକ୍ଷାତ ଅବସରରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି (ମୁଖ୍ୟାଳୟ) ପ୍ରତାପ ଜେନା, ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।

About The Author: Madhusudan Das